The Topmost

“The eyes believe themselves, the ears believe other people.”

ଏପଟେ କରୋନା, ମଙ୍କିପକ୍ସ ଆଉ ସେପଟେ ସ୍ବାଇନ ଫ୍ଲୁ..

ପ୍ରଥମେ କରୋନା, ତା’ପରେ ମଙ୍କିପକ୍ସ, ଆଉ ଏବେ ସ୍ୱାଇନ୍‌ ଫ୍ଲୁ । ଦେଶରେ ଗୋଟିଏ ପରେ ଗୋଟିଏ ମାରାତ୍ମକ ମହାମାରୀର ଆତଙ୍କ ଜାରିରହିଛି । ଏହାରିଭିତରେ ଦେଶର ବିଭିନ୍ନ ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ମଧ୍ୟ ସ୍ୱାଇନ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ତେବେ ଗତକାଲି ଉତ୍ତରପ୍ରଦେଶର ମୁରାଦାବାଦରେ ଜଣେ ବ୍ୟକ୍ତି ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହି କାରଣରୁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ଏବଂ ପୂରା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । କେବଳ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୧୪୨ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ଦେଶରେ ପ୍ରାୟ ୭ ଜଣ ପ୍ରାଣ ହରାଇ ସାରିଲେଣି । ସ୍ୱାଇନ୍‌ ଫ୍ଲୁ ଯୋଗୁ ମହାରାଷ୍ଟ୍ରର ସ୍ଥିତି ସବୁଠୁ ଅଧିକ ଖରାପ ରହିଛି । ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ୱାଇନ୍‌ ଫ୍ଲୁ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି ।