ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେଲା ଯୁବକ । ଶୌଚାଳୟ ଭିତରେ କିରୋସିନି ଢାଳି ଜିଅନ୍ତା ଜାଳିଦେଲା ଯୁବକ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ସୂଚନା ଅନୁସାରେ ଆଜି ସକାଳୁ ବାରିଙ୍ଗିଆ ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ଜୀଅନ୍ତ ପୋଡି ମାରିଦେଇଛି ଜଣେ ଯୁବକ । ମୃତ ଛାତ୍ରୀଙ୍କ ନିକଟରେ ପଡିଛି କଟା ଚୁଟି, ଲାଇଟର ଓ ବିଷ ବୋତଲ । ତେବେ ଛାତ୍ରୀଙ୍କୁ ମାରିବା ପୂର୍ବରୁ ଚୁଟି କାଟିଥିଲେ ଅଭିଯୁକ୍ତ । ଏହାପରେ ଯୁବତୀଙ୍କୁ କିରୋସିନି ଢାଳି ମାରିଦେଇଛି ସେହି ଗାଁର ଦୟାନିଧି ଜେନା । ତେବେ ଘଟଣା ପଛର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍