The Topmost

“The eyes believe themselves, the ears believe other people.”

delious food @the topmost

ଚିଙ୍ଗୁଡ଼ି ମହୁର

ଚିଙ୍ଗୁଡ଼ି ମହୁର ହେଉଛି ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ । ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ଏହି ବ୍ୟଞ୍ଜନ ପରିଚିତ । ପାରିବାରିକ ଉତ୍ସବ ଅବା ବାହାଘର ଆଦିରେ ଏହି ଚିଙ୍ଗୁଡ଼ି ମହୁରର ଚାହିଦା ବଢ଼ିଥାଏ । ଏହା କରିବାକୁ ସହଜ ହେବ ସହିତ ସ୍ୱାଦିଷ୍ଟ ଲାଗେ ।
ସାମଗ୍ରୀ: ଛୋଟ ଚିଙ୍ଗୁଡ଼ି, ଆଳୁ, ବାଇଗଣ, କଞ୍ଚା କଦଳୀ, ଦେଶୀ ଆଳୁ ବା ବାରି ଆଳୁ, ଟମାଟର, କଖାରୁ, ପୋଈ, ସାରୁ, ପିଆଜ, ନାଲି ଲଙ୍କା, ଜିରା, ରସୁଣ, ଅଦା, ଧନିଆ, ତେଲ, ପଞ୍ଚ ଫୁଟଣ ଓ ଆବଶ୍ୟକୀୟ ଅନୁସାରେ ଲୁଣ ।

delious food @the topmost
delious food @the topmost

ପ୍ରଣାଳୀ:
ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବରେ ସଫା କରି ତେଲରେ ଭାଜି ଦିଅନ୍ତୁ । ଏହାପରେ ସବୁ ପରିବାକୁ ଛୋଟ ଛୋଟ ଆକାରରେ କାଟି ଧୋଇ ଦିଅନ୍ତୁ । ଆପଣ ଚାହିଁଲେ ନିଜ ପସନ୍ଦର ଅନ୍ୟ ପରିବା ସେଥିରେ ପକାଇପାରିବେ । ଏହାପରେ ପିଆଜ, ଜିରା, ନାଲି ଲଙ୍କା, ଧନିଆ, ଅଦା ଓ ରସୁଣକୁ ବାଟି ପେଷ୍ଟ ତିଆରି କରିଦିଅନ୍ତୁ । ଏକ କଢ଼େଇକୁ ଗରମ କରି ସେଥିରେ ତେଲ ପକାଇ ପଞ୍ଚ ଫୁଟଣ ପକାନ୍ତୁ । ଫୁଟଣ ଫୁଟିଗଲା ପରେ ସେଥିରେ ମସଲା ପକାଇ କଷନ୍ତୁ । ମସଲାରୁ ତେଲ ଛାଡ଼ିଲେ ସେଥିରେ କଟା ପରିବା ସବୁ ପକାଇ ଲୁଣ ଓ ହଳଦି ପକାଇ ଗୋଳାନ୍ତୁ । ଏହାପରେ ପରିବାକୁ ଅଳ୍ପ ସିଝିବା ପାଇଁ ଗ୍ୟାସର ଆଞ୍ଚକୁ ଧିମା କରି ୩ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ଣୀରେ ଘୋଡ଼ାଇ ଦିଅନ୍ତୁ । ଏହାପରେ ଘୋଡ଼ଣୀ ବାହାର କରି ପରିବାକୁ ଗୋଳନ୍ତୁ ଓ ସେଥିରେ ଅଳ୍ପ ପାଣି ଦେଇ ଫୁଟିବା ପାଇଁ ଛାଡ଼ି ଦିଅନ୍ତିୁ । ପରିବା ସିଝି ପାଣି ଫୁଟିଲେ ସେଥିରେ ଚିଙ୍ଗଡ଼ି ପକାଇ ଗୋଳାନ୍ତୁ ଓ ଗ୍ୟାସର ଆଞ୍ଚକୁ ଧିମା କରି ପୁଣି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ । ପ୍ରାୟ ତିନି ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ସେଥିରେ ଧନିଆ ପତ୍ର ପକାଇ ପରିଜନଙ୍କ ଆଗରେ ପରଷନ୍ତୁ ।