The Topmost

“The eyes believe themselves, the ears believe other people.”

ଦରବୃଦ୍ଧି, ମୁଦ୍ରାସ୍ଫୀତି ନେଇ ହଙ୍ଗାମା

ସଂସଦ ଅଧିବେଶନରେ ଜୋରଦାର ହଙ୍ଗାମା । ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ପ୍ରସଙ୍ଗକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା ହୋଇଛି । ଦରବୃଦ୍ଧି, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ସଂସଦ ବାହାରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିରୋଧୀ ସାଂସଦ ନାରାବାଜି କରିଛନ୍ତି । ବିଭିନ୍ନ ଏଜେନ୍ସିଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗରେ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାରୁ ରାଜ୍ୟସଭା ମୁଲତବୀ ହୋଇଥିଲା । ଏହା ସହ ବେକାରୀ ପ୍ରସଙ୍ଗ, ଜିଏସଟି ପ୍ରସଙ୍ଗରେ ସାଂସଦମାନେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ମୁଲତବି ହୋଇଥିଲା । ସେପଟେ ସଂସଦରେ ଗୃହକାର୍ଯ୍ୟ ପରିଚାଳନା ତଥା ସରକାରଙ୍କ ରଣକୌଶଳ ନେଇ କେତେକ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।