The Topmost

“The eyes believe themselves, the ears believe other people.”

କଷ୍ଟମ ବିଭାଗର ଚଢ଼ାଉ !

ଚୌଧୁରୀ ଚରଣ ସିଂହ ବିମାନ ବନ୍ଦର ଇଣ୍ଟରନ୍ୟାସନାଲ ଟର୍ମିନାଲରେ କଷ୍ଟମ ବିଭାଗର ଚଢ଼ାଉ । ଏହି ଚଢାଉରେ ଜଣେ ଯାତ୍ରୀଙ୍କ ଠାରୁ ୧୦ ଟି ଏୟାରଗନ ସମେତ ଆର୍ମସ୍ ଏସୋସେରିଜ ଜବତ ହୋଇଛି । ଯାତ୍ରୀଙ୍କୁ କଷ୍ଟମ ଟିମ୍‌ ଗିରଫ କରିଥିବା ବେଳେ ଜବତ ଗନ ଓ ଆର୍ମସ ଏସୋସରିଜ ଯାଞ୍ଚ ପାଇଁ ପଠାଯାଇଛି । ୟୁପି-ଉତ୍ତରାଖଣ୍ଡ କଷ୍ଟମ କମିଶନର ବେଦ ପ୍ରକାଶ ଶୁକ୍ଲାଙ୍କ କହିବା ଅନୁସାରେ ଯାତ୍ରୀଙ୍କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ନିକଟରୁ ଏପରି ସବୁ ସାମଗ୍ରୀ ମିଳିଥିଲା । ବିଦେଶରୁ ଆସୁଥିବା ଯାତ୍ରୀ ନିଜ ସହ କୌଣସି ମୂଲ୍ୟବାନ ଅଥବା ନିଷିଦ୍ଧ ସାମଗ୍ରୀ ଆଣିଥିଲେ ଏଥିଲାଗି ଏକ ଘୋଷଣାପତ୍ର ଦେବାକୁ ହୋଇଥାଏ । ତେବେ ଯାତ୍ରୀ ବିନା ଘୋଷଣାପତ୍ରରେ ଗ୍ରୀନ ଚାନେଲରେ ବିମାନବନ୍ଦର ବାହାରକୁ ବାହାରିଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡିଛନ୍ତି । ତେବେ ତାଙ୍କ ନିକଟରୁ ୧୦ଟି ଏୟାରଗନ ଜବତ ହୋଇଛି । ଯାହାର ମୂଲ୍ୟ ୨୦ ଲକ୍ଷ ୫୪ ହଜାର ଟଙ୍କା ।

SHARE BY