The Topmost

“The eyes believe themselves, the ears believe other people.”

ଟ୍ରାଫିକ୍ ନିୟମ ଭାଙ୍ଗିଲେ ଅର୍ଥ ନୁହେଁ ଦେବାକୁ ହେବ ରକ୍ତ !

ପଞ୍ଜାବ ସରକାର ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ କେହି ଯଦି ପ୍ରଥମଥର ପାଇଁ ଟ୍ରାଫିକ ନିୟମ ଉଲଙ୍ଘନ କରୁଛନ୍ତି ତେବେ ତାଙ୍କୁ କେବଳ ଜରିମାନା ଦେବାକୁ ପଡିବ । ହେଲେ ଦ୍ୱିତୀୟ ଥର ପାଇଁ ନିୟମ ଉଲଙ୍ଘନ କଲେ ଜରିମାନା ରାଶି ଦ୍ୱିଗୁଣିତ କରାଯିବ । ହେଲେ ଯଦି ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ଧରାପଡିବେ ତେବେ କଥା ସରିଲା । ଏହି ମାମଲାରେ ପ୍ରଥମେ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ । ଏହାସହ ନିକଟରେ ଥିବା ମେଡିକାଲକୁ ନିଆଯାଇ ସଂପୃକ୍ତ ଚାଳକଙ୍କ ଠାରୁ ଗୋଟିଏ ୟୁନିଟ ରକ୍ତ ସଂଗ୍ରହ କରାଯିବ ।

SHARE BY