ଦର ନିୟନ୍ତ୍ରଣ ଲାଗି ପିଆଜ ସଂରକ୍ଷିତ ରଖିଛନ୍ତି କେନ୍ଦ୍ର ସରକାର

ପିଆଜ ମୂଲ୍ୟର ସମ୍ଭାବ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ କେନ୍ଦ୍ର ସରକାର ୨୫୦,୦୦୦ ଟନ୍‌ ପିଆଜ ସଂରକ୍ଷଣ କରିଛନ୍ତି । ଅଗଷ୍ଟ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଅମଳ ହେଉ ନଥିବାରୁ ଦେଶରେ ପିଆଜ ଦର ବୃଦ୍ଧି ପାଇଥାଏ । ଜନସାଧାରଣଙ୍କୁ ଅସୁବିଧାରେ ନପକାଇବା ଲାଗି ଉପରୋକ୍ତ ମାସଗୁଡ଼ିକରେ ସରକାର ଗଚ୍ଛିତ ପିଆଜକୁ ବଜାରକୁ ଛାଡ଼ିବେ । ଦେଶରେ ମୁଦ୍ରାସ୍ଫୀତି ହାର ୭% ଉପରେ ଚାଲିଥିବା ବେଳେ ସରକାର ବୃଦ୍ଧିପାଉଥିବା ପନିପରିବା ଦର ସ୍ଥିର ରଖିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

SHARE BY