ଆସନ୍ତା କାଲିଠାରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ । ହେଲେ ଏହା ପୂର୍ବରୁ ଉଭୟ ସଂସଦ ପାଇଁ କଡା କଟକଣା ଜାରି କରାଯାଇଛି । ପ୍ରଥମେ କିଛି ଶବ୍ଦକୁ ନେଇ କଟକଣା ଜାରି କରାଯାଇଥିଲା । ଏହାପରେ ସଂସଦ ଭବନ ପରିସରରେ କୌଣସି ଅନଶନ, ଧର୍ମଘଟ କିମ୍ବା ଧାର୍ମିକ ଉତ୍ସବ ପାଳନ ଉପରେ ରୋକ ଲଗାଯାଇଥିଲା । ହେଲେ ଏବେ ଲୋକସଭା ପରିସରକୁ ସାଂସଦମାନେ ପ୍ଲାକାର୍ଡ, ପାମ୍ପଲେଟ କିମ୍ବା ପୋଷ୍ଟର ଧରି ଯାଇପାରିବେ ନାହିଁ ବୋଲି କଟକଣା ଲଗାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ ଶୁକ୍ରବାର ଦିନ ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୁତାବକ ମୌସୁମୀ ଅଧିବେଶନ ବେଳେ ପୋଷ୍ଟର ଓ ପ୍ଲାକାର୍ଡ ବାଣ୍ଟିବା ଉପରେ ରୋକ ଲଗାଯାଇଛି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର