ଭାରତକୁ ଏସ୍-୪୦୦ ମିଜାଇଲ ସିଷ୍ଟମ୍ ଆସିବା ନେଇ ଏବେ ରାସ୍ତା ସଫା । ଆମେରିକା ପାଇଁ ଯେଉଁ ବାଧା ସୃଷ୍ଟି ହୋଇଥିଲା ତାହା ଏବେ ଟଳିଯାଇଛି । ଋଷ ଠାରୁ ଭାରତ ଏସ୍-୪୦୦ ମିଜାଇଲ୍ ସିଷ୍ଟମ ଆଣିବା ଉପରେ ଆମେରିକା ପ୍ରତିବନ୍ଧକ ହଟାଇଛି । ଚୀନ୍ ଯେଉଁଭଳି ଭାବରେ ଆକ୍ରାମକତା ଦେଖାଉଛି, ତାକୁ ରୋକିବା ପାଇଁ ଆମେରିକା ପ୍ରତିବନ୍ଧକ ହଟାଇଛି । ଆମେରିକାରେ ଏକ ସ୍ୱତନ୍ତ୍ର ଆଇନ୍ ରହିଛି । ଯେଉଁ ଆଇନ ବଳରେ ଋଷ ଠାରୁ ଯୁଦ୍ଧାସ୍ତ୍ର କିଣୁଥିବା ଅନ୍ୟ ଦେଶଙ୍କ ଉପରେ କଟକଣା ଲଗାଇଥାଏ ଆମେରିକା । ୨୦୧୪ରେ ଋଷ ୟୁକ୍ରେନ୍ ଠାରୁ କ୍ରିମିୟା ଛଡାଇନେବା ପରେ ୨୦୧୬ରେ ଆମେରିକା ଏହି ଆଇନ୍ ଆଣିଥିଲା । ତେବେ ଆମେରିକା କଟକଣା ହଟାଇବା ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛି, ଭାରତ ପାଖରେ ସ୍ୱତନ୍ତ୍ର ବିଦେଶ ନୀତି ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ