ପୁଣି ଉଗ୍ର ରୂପ ଧାରଣା କରିଛି କରୋନା ମହାମାରୀ । ଏପଟେ ଦୈନିକ ସଂକ୍ରମଣ ହାର ଦେଖି ଚିନ୍ତା ବଢିଥିବାବେଳେ ସେପଟେ ଅଭିଭାବକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଏଭଳି ସ୍ଥିତିରେ ପିଲାମାନେ କେମିତି ସ୍କୁଲ ଯିବେ, କିଭଳି ସ୍କୁଲରେ ସୁରକ୍ଷିତ ପାଠପଢ଼ା ହେବ । ତେବେ ଯଦି ସଂକ୍ରମଣ ଏଭଳି ବଢ଼ିବ କ’ଣ ହେବ ପାଠପଢ଼ା । ପୁଣି ଅନ୍ଲାଇନ୍ ଶିକ୍ଷା ଆରମ୍ଭ ହେବ କି ନା ପୁଣି ସ୍କୁଲରେ ତାଲା ଝୁଲିବ । ଏଭଳି ଅନେକ ପ୍ରଶ୍ନ ଏବେ ଏବେ ଅଭିଭାବକ ଆଉ ଛାତ୍ରଛାତ୍ରୀଙ୍କୁ ଘାରିଲାଣି । ଅନ୍ୟପଟେ ଚିନ୍ତା ବଢାଇଦେଇଛି ଆଜିର ସଂକ୍ରମଣ ହାର । ମାତ୍ର ଗୋଟିଏଦିନରେ ହଜାର ପାର୍ ହୋଇଛି ଦୈନିକ ସଂକ୍ରମଣ । ଯାହାକି ଚିନ୍ତା ବଢାଇଦେଇ ଥିବାବେଳେ ଟିପିଆର୍ ୧୭ ପ୍ରତିଶତ ଛୁଇଁଲାଣି ।
“The eyes believe themselves, the ears believe other people.”
More Stories
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ