ଓଡ଼ିଶା ଆସିବ ୨୦୭ କୁଇକ୍ ରେସ୍ପନ୍ସ ଗାଡ଼ି । ରାଜ୍ୟର ବିଭିନ୍ନ ସହରମାନଙ୍କରେ ଥିବା ସଙ୍କୁଚିତ ରାସ୍ତା ତଥା ଅପହଞ୍ଚ ସ୍ଥାନମାନଙ୍କର ଅଗ୍ନିକାଣ୍ତ ଜନିତ ଦୁର୍ଘଟଣାର ପରିଚାଳନା କରିବା ଅଗ୍ନିଶମ ବିଭାଗ ପାଇଁ ବଡ଼ ଆହ୍ବାନ ହୋଇଥିଲା । ଏହାର ମୁକାବିଲା କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୨୦୭ କୁଇକ୍ ରେସପନ୍ସ ଗାଡ଼ି ଅଣାଯିବାକୁ ସ୍ଥିର କରାଯାଇଥିବା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ପୂର୍ବରୁ ଏହି କୁଇକ୍ ରେସପନ୍ସ ୟୁନିଟ୍ କେବଳ ମୁମ୍ବାଇରେ ଥିଲା । ଏବେ ପ୍ରଥମଥର ଏହି ବ୍ୟବସ୍ଥା ଓଡ଼ିଶାରେ ଲାଗୁ କରାଯାଉଛି । ମୋ ସରକାର ଓ ୫-ଟି ଅଧୀନରେ ଜନସାଧାରଣଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ