ଭୁବନେଶ୍ବର ପରେ ସମ୍ବଲପୁର ମହାନଗର ନିଗମରେ ମାସ୍କ ବାଧ୍ୟତାମୂଳକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ରହୁଥିବା ଓ ଏଠାକୁ ଆସୁଥିବା ଲୋକେ ମାସ୍କ ପିନ୍ଧିବାକୁ ଗାଇଡଲାଇନରେ ଜାରି ହେବା ସହ ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ମଧ୍ୟ କୋଭିଡ ଗାଇଡଲାଇନକୁ କଡାକଡି କରିବା ପାଇଁ କୁହାଯାଇଛି । ଅତିକମରେ ୬ ଫୁଟ ଦୂରତା ଓ ଭିଡ ବଢିଲେ ହୋଟେଲ, ରେଷ୍ଟୁରାଣ୍ଟରେ ପାର୍ସଲ ବ୍ୟବସ୍ଥା ଆପଣେଇବାକୁ କୁହାଯାଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍