ଜୁଲାଇ ୧୫ ତାରିଖରୁ ଦେଶରେ ଦିଆଯିବ ମାଗଣା ବୁଷ୍ଟର ଡୋଜ୍ । ୧୮ରୁ ୫୯ ବର୍ଷ ବୟସ୍କ ଲୋକଙ୍କୁ ମାଗଣା ପ୍ରିକସନ ଡୋଜ ଦିଆଯିବ । ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ କେନ୍ଦ୍ରରେ ଏହି ପ୍ରିକସନ ଡୋଜ ଦିଆଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ପ୍ରିକସନ ଡୋଜ ପାଇଁ ଅର୍ଥ ଦେବାକୁ ପଡୁଥିବାରୁ ଲୋକେ ଆଗ୍ରହ ଦେଖାଉନଥିଲେ । ତେଣୁ କେନ୍ଦ୍ର ସରକାର ମାଗଣା ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡିଶାରେ ୧୮ ଲକ୍ଷ ୪୦ ହଜାର ୩୪୯ ଜଣ ପ୍ରିକସନ ଡୋଜ ନେଇଛନ୍ତି । ସେହିପରି ଦେଶରେ ୫ କୋଟି ୧ଲକ୍ଷ ୩୫ ହଜାର ୬୫ ଜଣ ବୁଷ୍ଟର ଡୋଜ ନେଇଛନ୍ତି । ତେଣୁ ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ସମସ୍ତ ସରକାରୀ ଟିକାଦାନ କେନ୍ଦ୍ରରେ ୧୮ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା