The Topmost

“The eyes believe themselves, the ears believe other people.”

ଉଗ୍ରରୂପ ନେଉଛି ଋଷ୍-ୟୁକ୍ରେନ ଯୁଦ୍ଧ

ଥମିବାର ନା ନେଉନି ରୁଷ ଓ ୟୁକ୍ରେନର ଯୁଦ୍ଧ । ବରଂ ଦିନକୁ ଦିନ ଯୁଦ୍ଧର ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଆଜି ପୁଣି ରୁଷର ଏକ ବଡ ଅସ୍ତ୍ର ଡିପୋ ଉପରେ ହିମାର୍ସ ରକେଟ ମାଡ କରିଛି ୟୁକ୍ରେନ । ରୁଷ ଦଖଲରେ ଥିବା ୟୁକ୍ରେନର ଖେରସୋନରେ ରହିଥିଲା ଏହି ଅସ୍ତ୍ର ଡିପୋ । ଯାହାକୁ ଆଜି ୟୁକ୍ରେନ ଆକ୍ରମଣ କରିଥିବା ସୂଚନା ମିଳିଛି । ୟୁକ୍ରେନର ଏହି ଭୟଙ୍କର ଆକ୍ରମଣ ଯୋଗୁଁ ଅନେକ ରୁଷ ସୈନ୍ୟ ପ୍ରାଣ ହରାଇବା ସହ ଅନେକ ଲୋକ ବାସଚ୍ୟୁତ ହୋଇଛନ୍ତି । କିଛି ପଣ୍ୟାଗାର କ୍ଷତିଗ୍ରସ୍ତ ହୋଇଥିବା ଦାବି କରିଛନ୍ତି ରୁଷ ଅଧିକାରୀ । ଖେରସୋନ ଅଞ୍ଚଳର ଦାୟିତ୍ବରେ ଥିବା ଭ୍ଲାଦିମିର ଲିଓନଟେଭଙ୍କ କହିବା ଅନୁଯାୟୀ ୟୁକ୍ରେନର ଏହି ରକେଟ ମାଡରେ ଅନେକ ଲୋକଙ୍କ ଘର ନଷ୍ଟ ହେବା ସହ ଅନେକଙ୍କ ଧନଜୀବନ ନଷ୍ଟ ହୋଇଛି । ଏହି ଆକ୍ରମଣରେ ୫ ଜଣ ଲୋକ ପ୍ରାଣ ହରାଇଥିବା ବେଳେ୮୦ ଜଣ ଲୋକ ଆହତ ହୋଇଛନ୍ତି ।