ପ୍ରାକୃତିକ କୃଷି ସମ୍ମେଳନରେ ଉଦବୋଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପୂର୍ବାହ୍ନ ୧୧ଟା ୩୦ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ପ୍ରାକୃତିକ କୃଷି ସମ୍ମେଳନରେ ଉଦବୋଧନ ଦେବେ । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ମାର୍ଚ୍ଚ ୨୦୨୨ରେ ଗୁଜୁରାଟ ପଞ୍ଚାୟତ ମହାସମ୍ମେଳନରେ ବକ୍ତବ୍ୟ ପ୍ରଦାନ ଅବସରରେ ପ୍ରତି ଗାଁରୁ ଅତିକମ୍ରେ ୭୫ ଚାଷୀ ପ୍ରାକୃତିକ କୃଷି ଆପଣାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଦୃଷ୍ଟିଭଙ୍ଗୀ ଦ୍ୱାରା ପ୍ରେରିତ ହୋଇ ସୁରତ ଜିଲ୍ଲା ପକ୍ଷରୁ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କୃଷକ ଗୋଷ୍ଠୀ, ନିର୍ବାଚିତ ପ୍ରତିନିଧି, କୃଷି ଉତ୍ପାଦ ବିପଣନ ସମିତି, ସମବାୟ, ବ୍ୟାଙ୍କ ଆଦିକୁ ସମ୍ବେଦନଶୀଳ ତଥା ପ୍ରୋତ୍ସାହିତ କରିବାକୁ ମିଳିତ ଓ ସମନ୍ୱିତ ପ୍ରୟାସ ହୋଇଥିଲା । ଯାହାଫଳରେ ପ୍ରତି ଗ୍ରାମ ପଞ୍ଚାୟତରୁ ଅତିକମ୍ରେ ୭୫ ଚାଷୀ ଚିହ୍ନଟ କରି ପ୍ରାକୃତିକ କୃଷି ଆପଣାଇବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ ଓ ପ୍ରଶିକ୍ଷଣ ଦିଆଯାଇଥିଲା ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ