ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଏଥର ମଧ୍ୟ କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା । ଲମ୍ବା ସମୟର ବଜେଟ ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟଦିବସ ରହିଛି l ତେବେ ଆଜି ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହି ପୂର୍ଣ୍ଣାଙ୍ଗ ବଜେଟରେ ଆସିବ ବର୍ଷକର ଆୟବୟର ସ୍ପଷ୍ଟ ଚିତ୍ର । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣି ପାରିନଥିଲେ । ତେଣୁ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର କାମଚଳା ବଜେଟ୍ ଆଗତ ହୋଇଥିଲା । ଆଉ ଏବେ ପୂର୍ଣ୍ଣାଙ୍ଗ ବଜେଟ ଆକାର ୨ ଲକ୍ଷ ୧୦ ହଜାର କୋଟି ଟପିବ ବୋଲି ଆକଳନ କରାଯାଉଛି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି