ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୭ ଚାଷୀ । ଅଟୋରେ ଯିବା ବେଳେ ଏହା ଉପରେ ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ପଡ଼ିଥିଲା । ଫଳରେ ସଙ୍ଗେ ସଙ୍ଗେ ଅଟୋଟି ଜଳିଯାଇ ଥିବାବେଳେ ଅଟୋରେ ଥିବା ୭ ଜଣ ଚାଷୀ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ କୌଣସି ମତେ ଅଟୋ ଚାଳକ ବର୍ତ୍ତି ଯାଇଛନ୍ତି । ସେହିପରି ଜଣେ ମହିଳା ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଅଟୋ ଚାଳକଙ୍କୁ ପଚରାଉଚରା କରୁଛି ପୋଲିସ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ