ନିକଟରେ ବ୍ରିଟେନ ତାର ପ୍ରଥମ ସ୍ମାର୍ଟ ଜେଲ୍ର ଶୁଭାରମ୍ଭ କରିଛି । ଏହା ହେଉଛି ବ୍ରିଟେନର ପ୍ରଥମ ହାଇଟେକ୍ ଜେଲ୍ । ଏଠାରେ ୧୭୦୦ କଏଦୀଙ୍କୁ ରଖାଯିବା ସହ ସେମାନଙ୍କ ପାଇଁ ଅନେକ ଆଧୁନିକ ସୁବିଧା ପ୍ରଦାନ କରାଯିବ । ଯେଉଁଥିରେ ଜିମ୍ ଠାରୁ ଆରମ୍ଭ କରି ଟେବୁଲ୍ ଟେନିସ୍ ପର୍ଯ୍ୟନ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । କେବଳ ସେତିକି ନୁହେଁ ଏଠାରେ ବନ୍ଦୀମାନଙ୍କୁ ବନ୍ଦୀ କୁହାଯିବ ନାହିଁ ବରଂ ବାସିନ୍ଦା କୁହାଯିବା । ଏହି ଆଧୁନିକ ସମ୍ପନ୍ନ ଜେଲ୍ର ନାମ ରଖାଯାଇଛି ‘ହର୍ ମାଜେଷ୍ଟି ପ୍ରିଜନ୍’ । ବ୍ରିଟେନର ଜଷ୍ଟିସ୍ ଡୋମିନିକ୍ ରାଏବ କହିଛନ୍ତି ଯେ ଏହା ହେଉଛି ଦେଶର ପ୍ରଥମ କାରାଗାର ଯେଉଁଥିରେ ବନ୍ଦୀମାନଙ୍କୁ ମୁକ୍ତ ହେବା ପରେ ଶିକ୍ଷା, ତାଲିମ ଏବଂ ନିଯୁକ୍ତି ଯୋଗାଇବାର ଲକ୍ଷ୍ୟ ରଖାଯାଇଛି । ଏହି ବିଶେଷ ପ୍ରକାରର କାରାଗାର ତିଆରି କରିବାର ଉଦ୍ଦେଶ୍ୟ ହେଉଛି, କଏଦୀମାନଙ୍କର ଦଣ୍ଡ ଶେଷ ହେବା ପରେ ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାର ଏକ ଉଦ୍ଦେଶ୍ୟ ଦିଆଯାଇପାରିବ ଏବଂ ଭବିଷ୍ୟତରେ ସେମାନେ ଯେପରି ଆଉ ଅପରାଧରେ ଲିପ୍ତ ରହିପାରିବେ ନାହିଁ । ଏଥିପାଇଁ ବନ୍ଦୀମାନଙ୍କୁ ମୁକ୍ତ କରିବା ପରେ ସେମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ସହିତ ଶିକ୍ଷା ଦିଆଯିବ । ମଧ୍ୟ ଇଂଲଣ୍ଡର େୱଲିଙ୍ଗବୋରାରେ ନିର୍ମିତ ଏହି କାରାଗାରରେ ଅନେକ ପରିବର୍ତ୍ତନ କରାଯାଇଛି । ଯେପରି ଜେଲ ସେଲ୍କୁ ରୁମ୍ ଏବଂ ବନ୍ଦୀମାନଙ୍କୁ ବାସିନ୍ଦା କୁହାଯିବ । ଦକ୍ଷତା ବିକାଶ ପାଇଁ କମ୍ପୁ୍ୟଟର ଟାବଲେଟ୍ ଦିଆଯିବ । ନିଜକୁ ଫିଟ ରଖିବା ପାଇଁ ଜିମ୍ ଯାଇପାରିବେ । ଏପରିକି ସ୍ନìକର ଟେବୁଲ ଏବଂ ଟେବୁଲ ଟେନିସ ଖେଳିବାକୁ ଦିଆଯିବ । ଏହାସହ ନିଶାଠାରୁ ମୁକ୍ତି ପାଇଁ ଡ୍ରଗ୍ ରିକଭରି ସେଣ୍ଟର ମଧ୍ୟ ଏହି ଜେଲ୍ ଭିତରେ ରହିବ । କଏଦୀମାନେ ଜେଲରେ ଥିବାବେଳେ କିଛି ଶିଖିବା ପାଇଁ ସେମାନଙ୍କୁ ଇଟା ତିଆରି, କାଠ ଜିନିଷ ତିଆରି, ଛାତ ଏବଂ ପ୍ଲାଷ୍ଟର ଭଳି କୌଶଳ ମଧ୍ୟ ଶିଖାଯିବାର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି ।
#the topmost
More Stories
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..
ଅଧାଘଣ୍ଟାରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାତ୍ରା