The Topmost

“The eyes believe themselves, the ears believe other people.”

ଶମଣ ଓ ଅମ୍ବାପଲ୍ଲୀଙ୍କ ଇତିହାସ

ବୈଶାଳୀର ପ୍ରସସ୍ଥ ରାଜରାସ୍ତା ଉପରେ ସେଦିନ ଯାଉଥାନ୍ତି ଗୌରିକ ବସନ ପରିହିତ ଲଣ୍ଡିତ ମସ୍ତକଯୁକ୍ତ ଜଣେ ଶ୍ରମଣ । କାନ୍ଧରେ ତାଙ୍କର ଭିକ୍ଷାଝୁଲି । ଶ୍ରମଣଙ୍କୁ ଦେଖି କେହି କେମିତି ଜଣେ ଜଣେ ପ୍ରଣାମ କରୁଥାନ୍ତି ଓ କିଛି କିଛି ଦାନ ପକାଇ ଦେଉଥାନ୍ତି । ଅପର ଦିଗରୁ ଆସୁଥିଲେ ଜଣେ ତରୁଣୀ । ଶ୍ରମଣଙ୍କୁ ଦେଖି ନିଜ ଗଳାରୁ ମୁକ୍ତାହାର ଖୋଲି ବେପରୁଆ ଭାବରେ ତାଙ୍କ ଭିକ୍ଷା ଝୁଲିରେ ପକାଇ ଦେଲେ । କିନ୍ତୁ ଶ୍ରମଣଙ୍କ ନୀତିରେ କୌଣସି ମୂଲ୍ୟବାନ ବସ୍ତୁ ଗ୍ରହଣ କରିବାପାଇଁ ବାରଣ କରାଯାଇଥାଏ । ଶ୍ରମଣ କହିଲେ ଏହି ଦାନ ଆପଣ ଫେରାଇ ନିଅ;ୁ । ତରୁଣୀ କହିଲେ ଥରେ ମୁଁ ଯେଉଁ ଦାନ ଦେଇଥାଏ, ତାହା ଫେରାଇ ନେଇ ନଥାଏ । ଶ୍ରମଣ ଥିଲେ ସୋମ ଓ ତରୁଣୀ ଥିଲେ ଅମ୍ବାପଲ୍ଲି । ବୌଦ୍ଧଧର୍ମ ଗ୍ରହଣ ପୂର୍ବରୁ ସୋମଙ୍କ ସହିତ ଆମ୍ବାପଲ୍ଲିଙ୍କର ବିବାହ ସ୍ଥିର ହୋଇଥିଲା ।

ହେଲେ ବୈଶାଳୀର ଧନୀକ ଗୋଷ୍ଠୀଙ୍କ ଚକ୍ରାନ୍ତରେ ବିବାହ ପୂର୍ବରୁ ଅମ୍ବାପଲ୍ଲି ହୋଇଯାଇଥିଲେ ବୈଶାଳୀର ନଗରବଧୂ । ଅମ୍ବାପଲ୍ଲିଙ୍କୁ ଦେଖି ସୋମଙ୍କର ପୂର୍ବ ସ୍ମୃତି ସବୁ ମନେ ପଡିଗଲା । କିନ୍ତୁ ଅମ୍ବା କହିଲେ ତୁମେ ଜଣେ ରୂପଜୀବି ନୁହଁ ଯେ ତମ ରୂପରେ ମୋହିତ ହୋଇ ସାନ୍ନିଧ୍ୟ ଟିକେ ପାଇବା ପାଇଁ ସଂଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି ଚାତକ ପରି ଚାହିଁ ରହିବେ । ହିରା ଲିଳା ମୋତି ମାଣିକ୍ୟରେ ପାଦ ମଣ୍ଡନ କରିବେ, ତୁମେ ତ ଜଣେ ଛାର ଭିକ୍ଷୁକ । ଆଉ ତମେ ମତେ ଏ ଭିକ୍ଷା ଫେରାଇ ନବାକୁ ତହୁଛ । ଏହା ଶୁଣି ବ୍ୟଥିତ ଶ୍ରମଣ ସେଠାରେ ଶୁଣାଇ ଥିଲେ ଜୀବନର ସାଶ୍ୱତ ସତ୍ୟ । ସେ କହିଲେ ମୁଢାନାରୀ, ଧନ ଯୌବନରେ ମଦମତ ହୋଇ ତୁମେ ହିତାହିତ ଜ୍ଞାନ ଭୁଲି ଯାଇଛ । ଯାହା ପାଇଁ ତୁମେ ଗର୍ବ କରୁଛ ତାହା ଅସ୍ଥିରେ ଲୋପ ହୋଇଯିବ । ମେଦ ମାଂସ ପୂଜ ରକ୍ତର ଏ ପିତୁଳା ମାଟିରେ ମିଶିଯିବ ।

ଏହା କହି କହି ଶ୍ରମଣ ଚାଲିଗଲେ । ଅମ୍ବାପଲ୍ଲି ଏ ସାଶ୍ୱତସତ୍ୟ ବାଣୀ ଶୁଣି ପ୍ରକୃତିସ୍ଥ ହୋଇଥିଲେ । ଆଉ ଜାଣି ପାରିଥିଲେ ଯେଉଁ ଶରୀରର ନସ୍ୱରତା ପାଇଁ ସେ ଏତେ ଗର୍ବ କରୁଥିଲେ ତାହା ତ ମାଟିରେ ମିଶିଯିବ । ତା ପରେ ତାଙ୍କ ଯାଗ୍ରତ ହେଲା ଜ୍ଞାନ । ଜରା ବ୍ୟାଧି ରୋଗ ଶୋକ ଯନ୍ତ୍ରଣାରୁ ମୁକ୍ତି ପାଇଁ ସିଦ୍ଧାନ୍ତ ନେଇଥିଲେ ଅମ୍ବାପଲ୍ଲୀ । ଆଉ ଧାଇଁ ଯାଇଥିଲେ ପରମ କାରୁଣିକ ତଥାଗତଙ୍କ ନିକଟକୁ । ତଥାଗତଙ୍କ ସାନିଧ୍ୟ ଲାଭକରି ହୃଦୟରୁ ସବୁ ମାଳିନ୍ୟ ଧୋଇ ହୋଯାଇଥିଲା । କ୍ଷଣସ୍ଥାୟୀ ଜରାଗସ୍ତ ଜୀବନରୁ ମୁକ୍ତି ପାଇଁ ଆଶ୍ରୟ ନେଇଥିଲେ ବୌଦ୍ଧଧର୍ମରେ । ଆଉ ଗାଇଥିଲେ, ବୁଦ୍ଧଂ ଶରଣଂ ଗଚ୍ଛାମୀ ସଘଂ ଶରଣଂ ଗଚ୍ଛାମୀ ଧର୍ମଂ ଶରଣଂ ଗଚ୍ଛାମୀ ।https://thetopmost.in/%e0%ac%b8%e0%ac%be%e0%ac%89%e0%ac%a6%e0%ac%bf-%e0%ac%86%e0%ac%b0%e0%ac%ac%e0%ac%b0%e0%ad%87-%e0%ac%ae%e0%ac%b9%e0%ac%bf%e0%ac%b3%e0%ac%be%e0%ac%99%e0%ad%8d%e0%ac%95-%e0%ac%85%e0%ac%a7%e0%ac%bf/