The Topmost

“The eyes believe themselves, the ears believe other people.”

ଆସନ୍ତାକାଲି ଉଦ୍ଧବଙ୍କ ଅଗ୍ନିପରୀକ୍ଷା

ମହାରାଷ୍ଟ୍ରରେ ହେବ ବଡ଼ଧରଣର ରାଜନୈତିକ ଓଲଟପାଲଟ । ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟପାଳ । କାଲି ଉଦ୍ଧବ ସରକାର ଆସ୍ଥା ଭୋଟ୍‌ର ସମ୍ମୁଖିନ ହେବେ । ଗତକାଲି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ରାଜ୍ୟପାଳଙ୍କୁ ଭେଟି ଆସ୍ଥାଭୋଟ୍‌ କରିବା ପାଇଁ ନିବେଦନ କରିଥିଲେ । ବର୍ତ୍ତମାନର ଶିବସେନା ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ବିଜେପି ସରକାର ଗଢ଼ିବା ନେଇ ଆଶାବାଦୀ ହୋଇଛି । ଏକନାଥ ସିନ୍ଦେ ଓ ତାଙ୍କ ସମର୍ଥକମାନେ ଓହରିବା ପରେ ସଙ୍କଟରେ ପଡ଼ିଥିଲା ଶିବସେନା । ସେପଟେ ଏବେବି ବିଦ୍ରୋହୀ ଗୋଷ୍ଠୀ ଫେରି ଆସିବେ ବୋଲି ଆଶା ରଖିଛନ୍ତି ଉଦ୍ଧବ ଠାକରେ ।