The Topmost

“The eyes believe themselves, the ears believe other people.”

ଓଏନଜିସି ହେଲିକପ୍ଟରରୁ ସୁରକ୍ଷିତ ଭାବେ ୬ଜଣ ଉଦ୍ଧାର

ଆରବ ସାଗର ନିକଟରେ ଜରୁରୀକାଳୀନ ଅବତରଣ କଲା ଓଏନଜିସି ହେଲିକପ୍ଟର । ତେବେ ଜରୁରୀକାଳୀନ ଅବତରଣର କାରଣ ଜଣାପଡି ନାହିଁ । ଏହି ଅବତରଣରେ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଏହି ହେଲିକପ୍ଟରରେ ୯ ଜଣ ଥିବାବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ପାସେଞ୍ଜରଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ସମୁଦ୍ର ଉପକରଣ ଯୋଗାଇ ଦିଆଯାଇଥିବା ଭାରତୀୟ କୋଷ୍ଟଗାର୍ଡ ସୂଚନା ଦେଇଛି ।