ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇଦିନ ବାକି ରହିଲା । ଏନେଇ ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ ଶେଷ ହୋଇଛି । ଦୀର୍ଘ ଦୁଇବର୍ଷ ପରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଭକ୍ତଙ୍କ ମନରେଖୁସିର ଲହରୀ । ସେପଟେ ଏସବୁକୁ ନେଇ ଚିନ୍ତା ପ୍ରକଟ କରିଛି ପ୍ରସାଶନ । ଭକ୍ତଙ୍କ ସୁରକ୍ଷାକୁ ନଜରରେ ରଖି ପ୍ରଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇ ଥିବାବେଳେ ଭକ୍ତଙ୍କ ପାଇଁ ୧୦ ଲକ୍ଷ ମାସ୍କର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଆସନ୍ତାକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଦେଖିବାକୁ ମିଳିବ । ଏନେଇ ସକାଳ ୮ରେ ତାଟି ଫିଟିବା ପରେ ପ୍ରଥମ ଏକ ଘଣ୍ଟା ପରମାଣିକ ଦର୍ଶନ ପାଇଁ ଧାର୍ଯ୍ୟ ହୋଇ ଥିବାବେଳେ ସକାଳ ୯ରୁ ୧୦ଟା ୩୦ ସର୍ବସାଧାରଣ ଦର୍ଶନ ହେବ ।
More Stories
ଶ୍ରୀମନ୍ଦିର କ୍ୟାଲେଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ମହାନଦୀ ଟ୍ରିବ୍ୟୁନାଲ ପାଇଁ ଖର୍ଚ୍ଚ ଅଟକଳ 26 କୋଟି
ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବ ନୂଆ ନିଯୁକ୍ତି ସୁଯୋଗ