ସର୍ଟସର୍କିଟ ଯୋଗୁଁ ବାଣ ବ୍ୟବସାୟୀଙ୍କ ଘରେ ଲାଗିଲା ନିଆଁ । ନୂଆପଡ଼ା ଜିଲ୍ଲା କାଣ୍ଡେତରା ଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ ଉକ୍ତ ଗାଁର ବାବୁଲାଲ ସତ୍ନାମିଙ୍କ ସ୍ତ୍ରୀ ଘରେ ଥିବାବେଳେ ହଠାତ୍ ବିଦ୍ୟୁତ ତାରରେ ନିଆଁ ଲାଗି ଜଳିଥିଲା । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଦୀପାବଳି ସମୟରେ ବାଣ ବ୍ୟବସାୟ କରୁଥିବା ବାବୁଲାଲ ବଳକା ବାଣକୁ ଘରେ ରଖିଥିଲେ । ଫଳରେ ସେହି ବାଣରେ ନିଆଁ ଲାଗି ଯାଇଥିବାରୁ ଆଖ ପାଖ ଲୋକେ ନିଆଁ ଲିଭାଇବାକୁ ଭୟ କରୁଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇ ଥିବାବେଳେ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍