The Topmost

“The eyes believe themselves, the ears believe other people.”

ଆସାମରେ ଭୟଙ୍କର ରୂପ ଧାରଣ କରିଛି ବନ୍ୟା

ଆସାମରେ ଭୟଙ୍କର ରୂପ ଧାରଣ କରିଛି ବନ୍ୟା । ଏବେସୁଦ୍ଧା ରାଜ୍ୟରେ ପ୍ରାୟ ୧୦୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆକାଶମାର୍ଗରୁ ବନ୍ୟାପ୍ଲାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ତେବେ ରାଜ୍ୟରେ ବନ୍ୟା ପ୍ରଭାବିତଙ୍କ ସଂଖ୍ୟା ହ୍ରାସ ପାଇ ଥିବାବେଳେ ବନ୍ୟା ପାଇଁ ୩୦ ଜିଲ୍ଲାରେ ୪୫.୩୪ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କେନ୍ଦ୍ର ସରକାର ଆସାମ ସ୍ଥିତି ଉପରେ ଲଗାତର ନଜର ରଖିଛନ୍ତି । ଏବଂ ସମସ୍ତ ପ୍ରକାର ଚ୍ୟାଲେଞ୍ଜର ମୁକାବିଲା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ଆସାମରେ ପ୍ରବାହିତ ହେଉଥିବା ବାରାକ୍ ଓ କୁଶିୟାରା ନଦୀ ବିପଦ ସଙ୍କେତ ଉପରେ ରହି ଥିବାବେଳେ ଏଥିରେ ପ୍ରାୟ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏସବୁକୁ ନେଇ ରାଜ୍ୟ ସରକାର ଏକ ସପ୍ତାହ ପୂର୍ବରୁ ଖରାଛୁଟି ଘୋଷଣା କରିଛନ୍ତି