ନନ୍ଦପୁର, ମାଛକୁଣ୍ଡ ଓ ଲମତାପୁଟ ପୋଲିସକୁ ମିଳିତ ସଫଳତା । ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଦୁଇଟି ଟ୍ରକ ସହ ୩ ଜଣ ଗିରଫ । ନନ୍ଦପୁର SDPO ଙ୍କ ନେତୃତ୍ଵରେ ନନ୍ଦପୁର ପୋଲିସ ଖିଲିବା ଛକ ନିକଟରେ ନାକାବନ୍ଦି କରିଥିଲା । ପୋଲିସର ବ୍ୟାରିକେଟ ଭାଙ୍ଗି ଟ୍ରକଟି ଦ୍ରୁତ ଗତିରେ ଚାଲିଯାଇଥିଲା । ପୋଲିସ ପିଛା କରି ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମୁଖରେ ଟ୍ରକକୁ ଅଟକାଇବାରେ ସଫଳ ହୋଇଥିଲା । ଟ୍ରକକୁ ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିଲା । ଏବଂ ଦୁଇ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ କାବୁ କରିଥିଲା ପୋଲିସ । ସେହିଭଳି ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବାଙ୍ଗୁରପଡା ଛକ ନିକଟରେ ନାକାବନ୍ଦୀ କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇବା ଦେଖି ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଏବଂ ମାଫିଆ ଫେରାର ହୋଇଯାଇଥିବା ବେଳେ ସହଯୋଗୀକୁ କାବୁ କରିନେଇଥିଲା ପୋଲ
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ