ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଦ୍ରୌପଦୀ ମୁର୍ମୁ । ପ୍ରାର୍ଥୀ ହେବା ପରେ ଦୌପଦୀ କହିଛନ୍ତି, ମାଟିର ଝିଅ ହୋଇଥିବାରୁ ବିଜେଡିର ସହଯୋଗ ସେ କାମନା କରୁଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଆଜି ସକାଳୁ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ । ଏନେଇ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ Z+ ସିକ୍ୟୁରିଟି ପ୍ରଦାନ କରାଯାଇଛି । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ଏନେଇ ସବୁଜ ସଙ୍କେତ ଦେଇଛି ଏନଡିଏ ସଂସଦୀୟ ବୋର୍ଡର ବୈଠକ । ସାମାଜିକ ଜୀବନ, ରାଜନୀତି, ଆଦିବାସୀ ବିକାଶ ଲାଗି ଦ୍ରୌପଦୀ ସାରା ଜୀବନ ସଂଗ୍ରାମ କରିଆସିଛନ୍ତି ।
More Stories
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA