ସେନାରେ ନିଯୁକ୍ତି ପାଇଁ ନୂଆ ଅଗ୍ନୀପଥ ଯୋଜନାକୁ ନେଇ ତେଜୁଛି ତାତି । ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୩ ସେନା ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କୁ ତିନି ସେନା ପ୍ରମୁଖ ଅଗ୍ନିପଥ ଯୋଜନାରେ ନିଯୁକ୍ତି ସମ୍ୱନ୍ଧୀୟ ବିସ୍ତୃତ ସୂଚନା ଦେବେ । ମିଳିଥିବା ସୂଚନା ଅନୁସାରେ ତିନି ସେନାର ମୁଖ୍ୟମାନେ ଅଲଗା ଅଲଗା ଭାବେ ମୋଦୀଙ୍କୁ ଭେଟିବେ । ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର ପ୍ରଥମେ ମୋଦୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଅଗ୍ନିପଥ ଯୋଜନାର ଘୋଷଣା ଜୁନ୍ ୧୪ରେ ହୋଇ ଥିବାବେଳେ ଏପେଟ ଜୁଲାଇ ମାସରୁ ଆର୍ମିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି ଏନେଇ ଏକ ସଭାରେ ପ୍ରଧାନମନ୍ତ୍ରୀ ଅଗ୍ନିପଥ ଯୋଜନାକୁ ସମର୍ଥନ କରି କହିଥିଲେ ଯେ କେତେକ ସଂସ୍କାର ସାମୟିକ ଭାବେ ଅସୁବିଧା ସୃଷ୍ଟି କରିଥାଏ, କିନ୍ତୁ ଦୀର୍ଘକାଳ ପାଇଁ ଏହା ଉପକାର କରିଥାଏ ।
“The eyes believe themselves, the ears believe other people.”
More Stories
ଚଣ୍ଡିଗଡ ମେୟର ନିର୍ବାଚନ, ବାଜିମାରିଲା ବିଜେପି
ଓଡିଶା ଆସିଲେ ମୋହନ ଭାଗବତ୍, ବଦଳିପାରନ୍ତି ଓଡିଶା ବିଜେପି ସଭାପତି
ଏଥର ସିଧାସଳଖ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ