The Topmost

“The eyes believe themselves, the ears believe other people.”

ଦେଶରେ ସକ୍ରିୟ ହେଉଛି ମୌସୁମୀ

() ଦେଶରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨ ଦିନ ଯାଏଁ ପୂର୍ବ ଭାରତରେ ପ୍ରବଳ ବର୍ଷିବ । ଗୁଜୁରାଟର କିଛି ଅଂଶ, ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡର କିଛି ଅଞ୍ଚଳ, ପଶ୍ଚିମବଙ୍ଗର ଗଙ୍ଗୀୟ ଅଞ୍ଚଳ ସହ ଝାଡଖଣ୍ଡ ଓ ବିହାରରେ ଆଗକୁ ବଢୁଛି ମୌସୁମୀ । ସେପଟେ ଆଗାମୀ ୨ ରୁ ୩ ଦିନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ଓଡିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ରହିବା ପାଇଁ ସ୍ଥିତି ଅନୁକୂଳ ରହିଛି । ପ୍ରଭାବରେ ପଶ୍ଚିମବଙ୍ଗ, ସିକିମ, ପୂର୍ବୋତ୍ତର ଭାରତ ଓ ଉପ ହିମାଳୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।