The Topmost

“The eyes believe themselves, the ears believe other people.”

କାଶ୍ମୀରରେ ପୋଲିସ୍ ଏସଆଇଙ୍କୁ ହତ୍ୟା

() ଜମ୍ମୁ-କାଶ୍ମୀରରେ ବଢିଚାଲିଛି ଆତଙ୍କବାଦୀଙ୍କ ଆତଙ୍କ । ଏହାରି ଭିତରେ ଜମ୍ମୁ ପୋଲିସ ଜଣେ ଏସଆଇଙ୍କ ମୃତଦେହ ଉଦ୍ଧାର କରିଛି । ମୃତଦେହଟି ଏକ ଜମିରେ ପଡିଥିବାବେଳେ ସେ ଏସଆଇ ଭାବେ କାର୍ଯ୍ୟ କରୁଥିଲେ । ମୃତ ଏସଆଇଙ୍କ ନାଁ ଅହମ୍ମଦ ମୀର ହୋଇ ଥିବାବେଳେ ସେ ସମ୍ବୁରାର ପମ୍ପୋରରେ ରହୁଥିଲେ । ତେବେ ପ୍ରାଥମିକ ତଦନ୍ତରୁ ତାଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡିଛି । ମୃତଦେହକୁ ଦେଖିବାପରେ ପୋଲିସ ଅଧିକାରୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏବଂ ଏହାପଛରେ ଆତଙ୍କବାଦୀଙ୍କ ହାତ ଥିବା କୁହାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।