() ମହଙ୍ଗା ମାଡରେ ପାକିସ୍ତାନବାସୀ । ଏହାରି ଭିତରେ ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ୍ ଦର । ଲିଟର ପିଛା ପେଟ୍ରୋଲ ୨୩୩.୮୯ ଟଙ୍କା ଛୁଇଁଛି । ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ପେଟ୍ରୋଲର ଦାମ୍ ପୁଣି ୨୪ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଡିଜେଲ ଦାମ୍ ମଧ୍ୟ ୧୬.୩୧ ଟଙ୍କା ବଢି ୨୬୩.୩୧ ହୋଇଯାଇଛି । ଗତ ୨୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ତୈଳଦର ବୃଦ୍ଧି ପାଇଛି । ଏନେଇ ବୁଧବାର ମଧ୍ୟ ରାତ୍ରରୁ ନୂଆ ଦର ଲାଗୁ ହୋଇଯାଇଛି । ତେବେ କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ, କିରାସିନ ମଧ୍ୟ ୨୯.୪୯ ଟଙ୍କା ବୃଦ୍ଧି ପାଇ ୨୧୧.୪୩ ଟଙ୍କାରେ ପହଁଚିଛି । ତେବେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବଢି ଥିବାବେଳେ ଲୋକଙ୍କ ଉପରେ ବୋଝ ମାଡି ବସିଛି । ସେପଟେ ଏହାର ବିକଳ୍ପ ନଥିବା କହିଛନ୍ତି ପାକ୍ ଅର୍ଥମନ୍ତ୍ରୀ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ