() ଉତ୍ତର ପ୍ରଦେଶର ବାରାଣସୀରେ ପ୍ରବଳ ଗରମ ଅନୁଭୂତ ହେଉଛି । ଯାହାଫଳରେ କାଶୀ ବିଶ୍ୱନାଥଙ୍କ ଦର୍ଶନ ଶ୍ରଦ୍ଧାଳୁମାନଙ୍କ ପାଇଁ ବଡ ଚ୍ୟାଲେଞ୍ଜ୍ ହୋଇପଡିଛି । କାରଣ ମନ୍ଦିର ପରିସର ତତଲା କଡେଇଭଳି ଅନୁଭୂତ ହେଉଛି । ଯାହାକୁ ନେଇ ମନ୍ଦିର ପରିସର ଭିତରେ ଦୁଇଦିନରେ ଦୁଇଜଣ ଭକ୍ତ ପ୍ରାଣ ହରାଇଲେଣି । ସୂଚନା ଅନୁସାରେ ଭୀଷଣ ଗରମ ଯୋଗୁ କର୍ଣ୍ଣାଟକର ବେଲଗାମ୍ ନିବାସୀ ୫୭ ବର୍ଷୀୟା ଆଶା ଦେବୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ଭାବେ ଏହାର ଦିନକ ପୂର୍ବରୁ ଆନ୍ଧ୍ର ପ୍ରଦେଶର ୭୫ ବର୍ଷୀୟ ଅଲ୍ଲାପର୍ତ୍ତୀ ଚନ୍ଦ୍ରବୋଷଙ୍କର ମଧ୍ୟ ସମାନ କାରଣରୁ ମୃତ୍ୟୁ ହୋଇଥିଲା ।https://thetopmost.in/the-report-on-worlds-biggest-dangerous-forest-fire/
https://thetopmost.in/vastu-sashtra-behind-the-invitation-card/
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ