() ଦୀର୍ଘ ଦୁଇବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ପୁଣି ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ । ଚଳିତବର୍ଷ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏନେଇ ବିଳମ୍ବିତ ରାତିରୁ ଆରମ୍ଭ ହୋଇଯାଇଛି ସ୍ବତନ୍ତ୍ର ନୀତିକାନ୍ତି । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ହୋଇ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି କରାଯାଇଛି । ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ପୂଜା ଓ ସ୍ନାନ କାର୍ଯ୍ୟ କରାଯିବ । ୧୨ଟା ୧୫ରେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ବେଶ କରାଯିବ । ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ଛେରା ପହଁରା ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ସନ୍ଧ୍ୟା ୬ଟାରେ ସାହାଣ ମେଲା ଓ ରାତି ୧୦ଟାରୁ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହେବ ବାହୁଡ଼ା ପହଣ୍ଡି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ