The Topmost

“The eyes believe themselves, the ears believe other people.”

୨୪ତମ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ

() ଆଜି ବାଚସ୍ପତି ନିର୍ବାଚନ । ଏନେଇ ଆଜି ବିଧାନସଭାରେ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ବସିଛି । ୨୪ତମ ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ତେବେ ସେ ୧୯୯୫ ମସିହାରୁ ଲଗାତର ଭାବେ ଭଞ୍ଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି । ୨୦୦୮ ମସିହାରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ୨୦୦୯ ମସିହାରୁ ୧୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଇନ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ପରି ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ବ ତୁଲାଇ ସାରିଛନ୍ତି ।