କୃଷିଭିତ୍ତିକ ଓଡ଼ିଆ ସମାଜରେ ରଜ ଏକ ସାର୍ବଜନୀନ ପର୍ବ, ରଜପର୍ବ ପାଳନରେ କୌଣସି ଧର୍ମୀୟ ଭାବନା ନାହିଁ , ପୃଥିବୀ ବା ବସୁମତା ପ୍ରତି ସମ୍ମାନ ବୋଧ ଓ କୃତଜ୍ଞତା ରଜପର୍ବର ମୂଳତତ୍ତ୍ଵ। ଏହା ଓଡ଼ିଶାର ନିଜସ୍ଵ ଓ ଜାତୀୟ ପର୍ବ, ବିଶେଷ କରି ପୂର୍ବ ଓଡ଼ିଶାରେ ଖୁବ୍ ଜାକଜମକରେ ପାଳନ କରାଯାଏ।ଜୈଷ୍ଠ ମାସର ଶେଷ ଦିନ ଓ ଆଷାଢ଼ ମାସର ପ୍ରଥମ ଦୁଇ ଦିନକୁ ନେଇ ପାଳିତ ହୁଏ ରଜପର୍ବ ବା ରଜ ସଂକ୍ରାନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ ମାସର ଶେଷ ସଂକ୍ରାନ୍ତି, ମିଥୁନ ମାସର ଆରମ୍ଭ ଓ ତା’ର ପରଦିନ ଏଇ ତିନି ଦିନକୁ ରଜପର୍ବ ପାଳନ କରାଯାଏ ୪ର୍ଥଦିନ ବସୁମତୀ ସ୍ନାନ ଓ ରଜପର୍ବ ଶେଷ ହୁଏ।
ପୃଥିବୀ ମାଣର ଏଇ ରଜ ତିନିଦିନ କୃଷି କାର୍ଯ୍ୟ ନିଷିଦ୍ଧ ଥାଏ।ପହିଲି ରଜର ପୂର୍ବ ଦିନକୁ ସଜବାଜ ୨ୟଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦାହ କୁହାଯାଏ। ରଜସ୍ଵଳା ଧରଣୀର ପ୍ରତିକ ଭାବେ କୁମାରୀ କନ୍ୟା ଓ ବୋହୂମାନେ ଭୂମିରେ ଚାଲନ୍ତି ନାହିଁ। ପାଦରେ କଦଳୀ ପାଟୁକାରେ ଯୋତା ତିଆରି କରି ପିନ୍ଧନ୍ତି , ସ୍ନାନ କରନ୍ତି ନାହିଁ, ଏପରିକି ଲୁଣ ମଧ୍ୟ ଖାଆନ୍ତି ନାହିଁ। ପିଠା ଓ ଫଳ ମୂଳ ଆହାର କରନ୍ତି। ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ୩ଦିନ ବିଶ୍ରାମ କରନ୍ତି। ସ୍ତ୍ରୀମାନେ ରନ୍ଧାବଢ଼ା ଓ କଟାକଟି କରନ୍ତି ନାହିଁ।ପୁରୁଷ ମାନେ ମଧ୍ୟ କାର୍ଯ୍ୟରୁ ନିବୃତ ରୁହନ୍ତି ।
ଗ୍ରାମାଞ୍ଚଳରେ ରଜ ତିନିଦିନ ବିଭିନ୍ନ ଖେଳ କସରତ ଓ ପ୍ରତିଯୋଗିତା କରିଥାନ୍ତି। ପୁରୁଷ ମାନେ ଓ ଝିଅମାନେ ପୁଚି, ବାଗୁଡ଼ି, ତାସ ଓ ନାଚଗୀତ ମାଧ୍ୟମରେ ଆମୋଦପ୍ରମୋଦ କରନ୍ତି। କେତେକ ଗାଁ ମାନଙ୍କରେ ଷଣ୍ଢ ଲଢେଇ ହୁଏ। ବାହୁ କୁସ୍ତି ପ୍ରତିଯୋଗିତା ମଧ୍ୟ କରିଥାନ୍ତି। କୁମାରୀ ଝିଅମାନଂକ ପାଇଁ ଘରେ ଘରେ ଦୋଳି ଲାଗିଥାଏ । ଗାଁ ତୋଟାରେ ମଧ୍ୟ ଦୋଳି ଲଗାହୋଇଥାଏ। ରଜପର୍ବକୁ ଅଧିକ ଆନନ୍ଦମୟ କରିବାପାଇଁ ସପ୍ତାହେ ପୂର୍ବରୁ ପ୍ରସ୍ତୁତି ଚାଲେ।ଗ୍ରାମ୍ୟ ଜୀବନର ଏହା ଏକ ବନ୍ଧୁମିଳନର ପର୍ବ। ବିବାହିତ ଝିଅମାନେ ବାପଘରକୁ ଆସନ୍ତି। ପିଠାପଣାର ଆଦାନ ପ୍ରଦାନ ହୁଏ । ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଏହାକୁ ପାଳନ କରନ୍ତି। ରଜରେ ପୋଡପିଠା ଓ ରଜପାନ ମୂଖ୍ୟ ଆକର୍ଷଣ।।https://thetopmost.in/%e0%ac%b0%e0%ac%be%e0%ac%ae-%e0%ac%97%e0%ad%8b%e0%ac%aa%e0%ac%be%e0%ac%b2-%e0%ac%ac%e0%ac%b0%e0%ad%8d%e0%ac%ae%e0%ac%be%e0%ac%99%e0%ad%8d%e0%ac%95-%e0%ac%ac%e0%ac%bf%e0%ac%b0%e0%ad%81%e0%ac%a6/
More Stories
ସନ୍ଧ୍ୟା ବେଳେ ଭୁଲରେ ବି କରନ୍ତୁନି ଏପରି କାମ
ନୂଆ ବର୍ଷରେ ଘରୁ ଫିଙ୍ଗନ୍ତୁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ ଦରିଦ୍ର
ଏହି 4 ରାଶି ସୁନା ପିନ୍ଧିଲେ ଚମକିବ ଭାଗ୍ୟ