The Topmost

“The eyes believe themselves, the ears believe other people.”

ସିଦ୍ଧ ଯୋଗୀ ପୁରୁଷ ହେଲେ ମୋହ ଆଶକ୍ତ

ଅଯୋଧ୍ୟାରେ ବାସ କରୁଥିଲେ ସ୍ଵାମୀ ବିମଳାନନ୍ଦ।ତନ୍ତ୍ର ବିଦ୍ୟାରେ ପ୍ରବିଣ ତଥା ଅନେକ ଅଲୌକିକ ଶକ୍ତିର ଅଧିକାରୀ ଥିଲେ। ପ୍ରତିଦିନ ସେ ଗୋଟିଏ ଘରୁ ଭିକ୍ଷା ଗ୍ରହଣ କରୁଥିଲେ। ଏକଦା ବିମଳା ନନ୍ଦ ଏକ ବ୍ରାହ୍ମଣଙ୍କ ଘରକୁ ଭିକ୍ଷା ସଂଗ୍ରହରେ ଯାଇଥିଲେ। ସେ ବ୍ରାହ୍ମଣଙ୍କର ସ୍ଵର୍ଣ୍ଣ ନାମରେ ଗୋଟିଏ ୯ବର୍ଷର କନ୍ୟା ଥିଲେ।

ବିମଳା ନନ୍ଦ ଦେଖିଲେ ଏତେ କମ୍ ବୟସର ବାଳିକା ଅଥଚ ଅଦ୍ଭୁତ ଆଧ୍ୟାତ୍ମିକ ଜ୍ଞାନ। ସ୍ବର୍ଣ୍ଣ ବିମଳାନନ୍ଦଙ୍କୁ ସ୍ଥାନିତ ସମ୍ମାନ ଜଣାଇବା ସହିତ ସ୍ୱଚ୍ଛନ୍ଦରେ କଥା ହୋଇଥିଲା। ସ୍ବାମୀଜୀ ତାକୁ କନ୍ୟା ସଦୃଶ ସ୍ନେହ ଓ ଶ୍ରଦ୍ଧା କଲେ। ନିଜ ଅଲକ୍ଷ୍ୟରେ ସ୍ବାମୀଜୀ ସ୍ଵର୍ଣ୍ଣର ମୋହରେ ବାନ୍ଧି ହୋଇଗଲେ।ସ୍ବାମୀ ବିମଳାନନ୍ଦ ଓ ସ୍ଵର୍ଣ୍ଣଙ୍କ ମଧ୍ୟରେ ଆଧ୍ୟାତ୍ମିକ, ନୈତିକ,ଭାବଗତ ବନ୍ଧନ କ୍ରମଶଃ ଦୃଢ଼ ହୋଇଗଲା ।

କେବେ କେମିତି ସ୍ବର୍ଣ୍ଣର ଦେହ ଖରାପ ହେଲେ ସ୍ବାମୀଜୀ ଠାକୁରଙ୍କୁ ପ୍ରାର୍ଥନା କରନ୍ତି ଶିଘ୍ର ଆରୋଗ୍ୟ ପାଇଁ, ସଂଯୋଗ ବଶତଃ ସ୍ଵର୍ଣ୍ଣ କିଛି ଦିନ ମଧ୍ୟରେ ଆରୋଗ୍ୟ ଲାଭ କରିଥାଏ। ଅତ୍ୟଧିକ ଆଶକ୍ତି ମୋହ ଅଶେଷ ଦୁଃଖର କାରଣ ହୋଇଥାଏ। ସ୍ବାମୀଜୀ ଏହା ଭଲ ଭାବରେ ଜାଣିଥିଲେ ମଧ୍ୟ କାହିଁକି କେଜାଣି ମମତାର ଡୋରିକୁ ଛିଣ୍ଡାଇ ପାରୁନଥାନ୍ତି। ମନେ ମନେ ଭାବନ୍ତି ଇଶ୍ଵର ମୋର ପରୀକ୍ଷା ନେଉନାହାନ୍ତି ତ? ଚେଷ୍ଟା କରି ମଧ୍ୟ ମନର ଏ ବନ୍ଧନ କାହିଁକି ତୁଟାଇ ପାରୁନି?


ଏକଦା ସ୍ବାମୀଜୀ ପୂଜ୍ୟପୂଜାରେ ବାହାରି ଗଲେ , ଠିକ୍ ଏହି ସମୟରେ ସ୍ଵର୍ଣ୍ଣ ରୋଗରେ ପଡ଼ିଲା ଏବଂ ସ୍ୱାମୀଜୀଙ୍କ କଥା ବହୁତ ମନେ ପଡ଼ିଲା। ସ୍ବାମୀଜୀ ତାଙ୍କ ଦିବ୍ୟଶକ୍ତି ବଳରେ ଏକଥା ଜାଣି ତୁରନ୍ତ ଅଧା ବାଟରୁ ଫେରି ଆସିଲେ। ବିଡମ୍ବନା ଏହା ଯେ ସ୍ବାମୀଜୀ ପହଞ୍ଚିବା ପୂର୍ବରୁ ସ୍ବର୍ଣ୍ଣ ଦେହ ତ୍ୟାଗ କରିଥିଲା।

ଏହି ଦାରୁଣ ଦୁଃସମ୍ବାଦ ଶୁଣି ସ୍ବାମୀଜୀ ଅନ୍ନ ଜଳ ଛାଡ଼ିଦେଲେ।ଶରୀର କ୍ଷିଣ ହେଲା ଏବଂ ଭୋକ ଶୋଷରେ ରହି ଶେଷରେ ପ୍ରାଣ ତ୍ୟାଗ କଲେ। ଲୋକମାନେ ଏକଥା ଶୁଣି କହିଲେ ସ୍ବାମୀଜୀ କାଳକୁ ବଶ କରିଥିଲେ ମାତ୍ର ମୋହ ଓ ଆଶକ୍ତି ଯୋଗୁଁ ପ୍ରାଣ ତ୍ୟାଗ କଲେ। ସାଧୁ ସନ୍ଥଙ୍କୁ ମଧ୍ୟ ବେଳେ ବେଳେ ଏହା କବଳିତ କରିଥାଏ।।

https://thetopmost.in/the-best-way-to-wash-your-kitchen-sink/

https://thetopmost.in/%e0%ac%95%e0%ac%b0%e0%ac%a8%e0%ac%99%e0%ad%8d%e0%ac%95-%e0%ac%ac%e0%ac%be%e0%ac%b0%e0%ad%8d%e0%ac%a5%e0%ac%a1%e0%ad%87-%e0%ac%aa%e0%ac%be%e0%ac%b0%e0%ad%8d%e0%ac%9f%e0%ac%bf%e0%ac%b0%e0%ad%87/