ପୃଥିବୀରେ ଅନେକ ବିରଳ ଜୀବଜନ୍ତୁ ରହିଛନ୍ତି, ପ୍ରତିଦିନ ଏହି ତାଲିକାରେ ନୂଆ ମଧ୍ୟ ଯୋଡି ହେଉଛନ୍ତି । ସେହିଭଳି ଏକ ବିରଳ ବେଙ୍ଗ ଆମାଜନରେ ବୈଜ୍ଞାନିକଙ୍କୁ ମିଳିଛି । ଯାହାର ଅଜବ ବୋବାଇବା ଶବ୍ଦ କାରଣରୁ ଏହାକୁ ପାଇବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି । ତେବେ ଏହାର ଶାରିରୀକ ଗଠନ ବେଶ୍ ଭିନ୍ନ ରହିଛି । ବେଙ୍ଗଟିର ଟାପିର୍ (ଘୁଷୁରି ସଦୃଷ ପ୍ରାଣୀ ) ଭଳି ନାକ ଥିବା ବେଳେ ଏହାର ଲମ୍ବ ମାତ୍ର ୬ ସେମି । ଏହାର ରଙ୍ଗ ଡାର୍କ ବ୍ରାଉନ୍ ଯାହା ଚକୋଲେଟ୍ ରଙ୍ଗର ଭ୍ରମ ସୃଷ୍ଟି କରୁଛି । ଏହି ନୂଆ ପ୍ରଜାତିର ନାଁ ସାୟନାପଟୁରନସ୍ ଦାନ୍ତା ରଖାଯାଇଛି । ପେରୁର କିଛି ସ୍ଥାନୀୟ ବାସିନ୍ଦାଙ୍କୁ ଏହି ଅଜବ ବେଙ୍ଗ ବିଷୟରେ ଜଣାଥିଲା । କାରଣ ଏହି ବେଙ୍ଗଟି ଅଜବ ଶବ୍ଦ କରୁଥିବାରୁ ସେମାନେ ଏହା ବିଷୟରେ ଜାଣିବାରେ ସକ୍ଷମ ହୋଇପାରିଛନ୍ତି । ଲୋକାଲ ଗାଇଡ୍ଙ୍କ ସହାୟତାରେ ବୈଜ୍ଞାନିକମାନେ ଏହି ବେଙ୍ଗ ବିଷୟରେ ଜାଣିପାରିଥିଲେ । ରାତିରେ ଅନେକ ଖୋଜିବା ପରେ ସେମାନଙ୍କୁ ଏହାକୁ ଖୋଜି ପାଇଥିଲେ । ତିନି ଦିନ ଧରି ରାତିରେ ଖୋଜିବା ପରେ ବୈଜ୍ଞାନିକ ମାନେ ଏହି ବେଙ୍ଗକୁ ଖୋଜି ପାଇଥିଲେ । ବୈଜ୍ଞାନିକଙ୍କୁ ପ୍ରାୟ ୨୦ ମିନିଟ୍ ଧରି ହାତରେ ଖୋଳିବାକୁ ପଡିଥିଲା । ଏହି ବେଙ୍ଗର ମିଳିବା ଏକ ସ୍ୱାସ୍ଥ୍ୟକର ଇକୋସିଷ୍ଟମର ସଙ୍କେତ ବୋଲି ସେମାନେ ମତ ଦେଇଛନ୍ତି । ଏହା ଆମାଜନରେ ଲୁଚି ରହିଥିବା ଜୀବଜଗତର ଏକ ଉଦାହରଣ ବୋଲି ବୈଜ୍ଞାନିକ କହିଛନ୍ତି । ଆଗକୁ ଏହି ବେଙ୍ଗ ସାହାଯ୍ୟରେ ଆମାଜନରେ ଥିବା ଜୀବଜଗତ ସମ୍ବନ୍ଧରେ ଅନେକ ତଥ୍ୟ ଜଣାପଡିବା ନେଇ ଆଶା ପ୍ରକାଶ ପାଇଛି ।
“The eyes believe themselves, the ears believe other people.”
More Stories
ଜାଣନ୍ତି କି କେଉଁ ସୁବିଧା ଦିଏ ପାଳଙ୍ଗ ଶାଗ ?
ରୋଗ ହେଲେ ଡାଳିମ୍ବ ଖାଇବେ ନାଁ ଔଷଧ
ଖାଇ ନଜାଣିଲେ ଅଙ୍ଗୁରୁ ଖଟା