() ବିହାର ପଶ୍ଚିମ ଚମ୍ପାରଣରେ ନିର୍ଭୟା କାଣ୍ଡର ପୁନରାବୃତ୍ତି । ବସ୍ରେ ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ । ବସ୍ରେ ନାବାଳିକାଙ୍କୁ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ଅନ୍ୟମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନାବାଳିକା ଜଣଙ୍କ ପାଟନା ଯିବାକୁ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସ୍ କର୍ମଚାରୀ ତାଙ୍କୁ ଡାକି ନେଇଥିଲା । ପରେ ଡ୍ରାଇଭର ବସ୍କୁ ବାଇପାସ୍ ରୋଡ୍ ନେଇଯାଇଥିଲା ।
ନାବାଳିକାଙ୍କୁ ପାନୀୟରେ ନିଶା ଦେଇଥିଲେ ବସ୍ କର୍ମଚାରୀ । ଫଳରେ ନାବାଳିକା ଜଣଙ୍କ ଅଚେତ ହୋଇଯିବା ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଶେଷରେ ଅଭିଯୁକ୍ତମାନେ ପୀଡିତାକୁ ବସ୍ ଭିତରେ ବନ୍ଦ କରି ଫେରାର ହୋଇଯାଇଥିଲେ । ପୀଡିତାଙ୍କ ଚେତା ଫେରିବା ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ପୀଡିତାକୁ ବସ୍ ଭିତରୁ ଉଦ୍ଧାର କରିଥିଲେ । ଏବଂ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।https://thetopmost.in/the-report-on-worlds-biggest-dangerous-forest-fire/
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ