The Topmost

“The eyes believe themselves, the ears believe other people.”

ରାକ୍ଷସ ସାଜିଲା ପୁଅ, ପବଜି ପାଇଁ ନେଲା ମା’ର ଜୀବନ

() ଗେମ୍ ସାଜିଲା କାଳ । ସାମାନ୍ୟ ପବଜି ଗେମ୍ ଖେଳକୁ ନେଇ ମା’ କୁ ଗୁଳିକରି ମାରିଦେଲା ରାକ୍ଷସ ପୁଅ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ । ଖାଲି ସେତିକି ନୁହେଁ ଦୁଇ ଦିନ ପର୍ଯ୍ୟନ୍ତ ଶବକୁ ଲୁଚେଇ ରଖିବା ସହ ମୃତ ଦେହରୁ ଆସୁଥିବା ଗନ୍ଧକୁ ଦୁରେଇବା ପାଇଁ ରୁମ୍ ଫ୍ରେସନର ମାରୁଥିଲା ରାକ୍ଷସ ପୁଅ । ତେବେ ଘରେ ନିଜର ୯ ବର୍ଷର ଭଉଣୀ ଥିବାବେଳେ କାହାକୁ କିଛି କହିଲେ ହତ୍ୟା କରିଦେବାର ଧମକ ମଧ୍ୟ ଦେଉଥିଲା । ଘଟଣାକୁ ନେଇ ୧୬ ବର୍ଷୀୟ ନାବାଳକ ପୁଅକୁ ପୋଲିସ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ବାପା ସେନାରେ କାର୍ଯ୍ୟରତ ଥିବାବେଳେ ତାଙ୍କ ଲାଇସେନ୍ସ ବନ୍ଧୁକରେ ଗୁଳି କରିଥିବା ଜଣାପଡିଛି । ପୋଲିସ ତଦନ୍ତ ପରେ ମାକୁ ଜଣେ ଇଲେକ୍ଟ୍ରିସିଆନ ହତ୍ୟା କରିଥିବା ପୁଅ କହିଥିଲା । ସେପଟେ ପ୍ରାଥମିକ ସ୍ତରରେ ପୁଅକୁ ମାନସିକ ରୋଗୀ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଯିବାକୁ ସ୍ଥିର କରାଯାଇଛି

https://thetopmost.in/different-types-of-designer-sunglasses-in-trend/

https://thetopmost.in/cancer-cramps-can-be-treated-by-home-remedy/