The Topmost

“The eyes believe themselves, the ears believe other people.”

ନଦୀରେ ବୁଡି ୭ ନାବାଳିକା ମୃତ

() ତାମିଲନାଡୁ କୁଡାଲୋର ଜିଳ୍ଲାରେ ଦୁଃଖଦ ଘଟଣା । ନଦୀରେ ଗାଧୋଇବା ବେଳେ ୭ଜଣ ନାବାଳିକା ବୁଡି ପ୍ରାଣ ହରାଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଜିଲ୍ଲାର ନେଲିକୁପମ୍ ଅଞ୍ଚଳର ୭ଜଣ ନାବାଳିକା ଗେଡିଲାମ ନଦୀର ଏକ ଚେକ୍ ହ୍ୟାମରେ ଗାଧୋଉଥିବାବେଳେ ଗଭୀର ଜଳରେ ଭାସି ଯାଇଥିଲେ । ସମସ୍ତ ମୃତ ନାବାଳିକାଙ୍କ ବୟସ ୧୦ରୁ ୧୮ ବର୍ଷ ମଧ୍ୟରେ ଥିବା ସୂଚନା ।

ମୃତକଙ୍କ ନାମ ଏ. ମୋନିଶା, ୧୬ ବର୍ଷବୟସ୍କା ଏମ୍ ନାଭାନୀତା, ୧୮ ବର୍ଷବୟସ୍କା କେ ପ୍ରିୟା, ୧୮ ବର୍ଷବୟସ୍କା ଏସ୍ ସାଙ୍ଗଭି, ୧୬ ବର୍ଷବୟସ୍କା ଆର ଦିବ୍ୟା ଦର୍ଶିନି, ୧୦ ବର୍ଷବୟସ୍କା ତାଙ୍କ ଭଉଣୀ ୧୬ ବର୍ଷବୟସ୍କା ଆର ପ୍ରିୟଦର୍ଶିନୀ ଏବଂ ୧୮ ବର୍ଷବୟସ୍କା ଏମ୍ କୁମୁଧା ବୋଲି ଜଣାପଡିଛି । ପୋଲିସର କହିବା ଅନୁସାରେ ଘଟଣାସ୍ଥଳରେ ଖୁବ୍ କମ୍ ଲୋକ ଥିବାରୁ ଉଦ୍ଧାର କାର୍ଯ୍ୟରେ ସମୟ ଲାଗିଥିଲା ।ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ କୁଡାଲୋର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି ।https://thetopmost.in/do-you-want-to-loose-your-weight-follow-this-baby-food-diet/

https://thetopmost.in/taazmahal-placed-in-different-country/