The Topmost

“The eyes believe themselves, the ears believe other people.”

ଚଟଗାଓଁ କଣ୍ଟେନର ଡିପୋରେ ନିଆଁ

  1. () ବାଂଲାଦେଶ ଚଟଗାଓଁରେ ବଡ ଧରଣର ଦୁର୍ଘଟଣା । ଏଠାକାର ସୀତାକୁଣ୍ଡ ଉପଜିଲ୍ଲା ଏକ ଘରୋଇ ଇନଲ୍ୟାଣ୍ଡ କଣ୍ଟେନର ଡିପୋରେ ବିସ୍ଫୋରଣ ଘଟି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ପ୍ରାୟ ୨୦ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୪୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଚଟଗାଓଁ ମେଡିକାଲ କଲେଜର ଉପନିର୍ଦ୍ଦେଶକଙ୍କ କହିବା ମୁତାବକ, ସକାଳ ସାଢେ ୧୦ଟା ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ହୋଇସାରିଛି । ନିଆଁରେ ସେମାନଙ୍କ ଶରୀର ଗୁରୁତର ଭାବେ ପୋଡିଯାଇଥିଲା । ଏଥିରେ ୪୫୦ରୁ ଅଧିକ କର୍ମୀ ଆହତ ହୋଇଛନ୍ତି ଯେଉଁଥିରୁ ୩୫୦ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଇନଟେନ୍ସିଭ କେୟାରରେ ରଖାଯାଇ ଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏହି ଦୁର୍ଘଟଣା ଡିପୋରେ କେମିକାଲ ଯୋଗୁଁ ହୋଇଥିବା ପୋଲିସ ସୂଚନା ଦେଇଛି । କଣ୍ଟେନର ଗୁଡିକରେ କେମିକାଲ ଭର୍ତ୍ତି କରି ରଖାଯାଇଥିବାରୁ ନିଆଁ ଗୋଟିଏ କଣ୍ଟେନରରୁ ଆଉ ଗୋଟେ କଣ୍ଟେନରୁ ବ୍ୟାପିଯାଇଥିଲା । ଫଳରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା ।https://thetopmost.in/kalas-is-a-good-luck-for-every-work/
  2. https://thetopmost.in/vienas-people-give-tribute-to-ukraine-mass-who-died-in-war/