The Topmost

“The eyes believe themselves, the ears believe other people.”

ଭିଆରଏସ୍ ଯୋଜନା ଚୟନ କଲେ ମିଳିବ ଅତିରିକ୍ତ ପ୍ରୋତ୍ସାହନ ରାଶି

() ଏୟାର ଇଣ୍ଡିଆଙ୍କ ୯ ହଜାର କର୍ମଚାରୀ ଚିନ୍ତାରେ । ଘରୋଇକରଣ ଯୋଗୁଁ ଏୟାର ଇଣ୍ଡିଆ ଟାଟା ସମୂହଙ୍କ ହାତକୁ ଯିବା ପରେ ଏବେ କର୍ମଚାରୀଙ୍କ ମୁଣ୍ଡରେ ଝୁଲୁଛି ଡେମୋକ୍ଲିସ୍‌ଖଣ୍ଡା । ଏନେଇ ଟାଟା ଗ୍ରୁପ ଏକ ମେଲ କରିଥିବା ବେଳେ ଏଥିରେ କର୍ମଚାରୀଙ୍କ ଲାଗି ସ୍ୱେଚ୍ଛାକୃତ ଅବସର ଯୋଜନା ଅର୍ଥାତ ଭିଆରଏସ୍‌ ଆଣୁଥିବାର ସୂଚିତ କରିଛନ୍ତି । ଯଦି ଟାଟା ସମୂହ ଏହି ଯୋଜନା ଆଣନ୍ତି ତେବେ ସିଧାସଳଖ ୯ ହଜାର କର୍ମଚାରୀ ପ୍ରଭାବିତ ହେବେ ବୋଲି ଏବେ ଆକଳନ କରାଯାଉଛି । ଏଚଆର ବିଭାଗଙ୍କ ଦ୍ୱାରା ଜାରି ମେମୋ ଅନୁସାରେ କ୍ୟାବିନ କ୍ରୁ ଲାଗି ସର୍ବାଧିକ ବୟସ ସୀମା ୪୦ ବର୍ଷ ଧାର୍ଯ୍ୟ କରାଯାଇଛି । ଅର୍ଥାତ ଯେଉଁ କ୍ୟାବିନ କ୍ରୁଙ୍କ ବୟସ ୪୦ ବର୍ଷ ସେ ମଧ୍ୟ ଏହି ଯୋଜନାର ଅଂଶବିଶେଷ ହୋଇପାରିବେ । ମେମୋରେ କୁହାଯାଇଛି ଯେଉଁ କର୍ମଚାରୀ ଭିଆରଏସ୍ ଯୋଜନା ଚୟନ କରିବେ ତାଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ । ଯାହାକି ଏକ୍ସ-ଗ୍ରାସିଆରୁ ପୃଥକ ହେବ।

https://thetopmost.in/tag/mtv-splitsvilla-13/

https://thetopmost.in/an-artificial-eye-can-see-everything-for-a-blind-person/