- () କର୍ଣ୍ଣାଟକ କଲବୁର୍ଗି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଏକ ସ୍ଲିପର କୋଚ୍ ଯାତ୍ରୀବାହୀ ବସ୍ ଲରୀ ସହ ଧକ୍କା ହୋଇ ଜଳି ଯାଇଛି । ଫଳରେ ବସ୍ରେ ଯାତ୍ରା କରୁଥିବା ୭ ଜଣ ଯାତ୍ରୀ ପୋଡି ହୋଇ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ବେଳେ ବସ୍ରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ । ଆହତ ଯାତ୍ରୀଙ୍କୁ କଲବୁର୍ଗିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା କଲବୁର୍ଗି ଜିଲ୍ଲା କମଲାପୁର ତାଲୁକ ବାହ୍ୟାଞ୍ଚଳରେ ହୋଇଛି । ଗୋଆରୁ ହାଇଦ୍ରାବାଦ ଯାଉଥିବା ଯାତ୍ରୀବାହୀ ବସ୍ ବିଦର-ଶ୍ରୀରଙ୍ଗପଟନା ଜାତୀୟ ରାଜମାର୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ନିଆଁ ଲାଗି ଜଳୁଥିବା ବସ୍ ନିକଟକୁ ସ୍ଥାନୀୟ ଲୋକେ ଯାଇ ପାରିନଥିଲେ । ସେମାନେ ତୁରନ୍ତ ଦମକଳ ବିଭାଗ ଓ ସ୍ଥାନୀୟ ପୋଲିସକୁ ଜଣାଇଥିଲେ । ପରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରି ଥିବାବେଳକୁ ବସଟି ସମ୍ପୂର୍ଣ୍ଣ ଜଳି ସାରିଥିଲା ।
- https://thetopmost.in/perus-famous-ineradicable-rainbow-mountain/
- https://thetopmost.in/a-doctor-leave-his-job-for-to-run-a-momo-business/
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ