The Topmost

“The eyes believe themselves, the ears believe other people.”

ଯୁଦ୍ଧାସ୍ତ୍ର ପ୍ରୟୋଗ କରୁଛି ୟୁକ୍ରେନ୍, ରକେଟ୍ ସିଷ୍ଟମ୍ ଯୋଗାଇବ ଆମେରିକା

() ରୁଷ୍‌ ସେନାକୁ ରୋକିବା ପାଇଁ ୟୁକ୍ରେନର ଚେଷ୍ଟା । ଏନେଇ ଦୂରଗାମୀ ଯୁଦ୍ଧାସ୍ତ୍ର ଆବଶ୍ୟକ କରୁଥିବା ବେଳେ ଆମେରିକା ଏଥିଲାଗି ବଢ଼ାଇଛି ସହାୟତାର ହାତ । ୟୁକ୍ରେନ୍‌କୁ ଶକ୍ତିଶାଳୀ ରକେଟ୍‌ ସିଷ୍ଟମ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇଛି ଆମେରିକା । ପାଖାପାଖି ୫୦ ମାଇଲ୍‌ ବା ୮୦ କି.ମି ଦୂରରୁ ଏହା ଶତ୍ରୁ ସେନା ଉପରେ ଆକ୍ରମଣ କରିପାରିବ । ସେପଟେ ଆମେରିକାର ଏଭଳି ପଦକ୍ଷେପକୁ ନିନ୍ଦା କରିଛି ରୁଷ୍ । ଏଭଳି କରି ଆମେରିକା ନିଆଁରେ ଘିଅ ଢାଳୁଛି ବୋଲି କହିଛନ୍ତି କ୍ରେମ୍‌ଲିନ୍‌ ମୁଖପାତ୍ର ଦିମିତ୍ରି ପେସ୍‌କୋଭ । ପେସ୍‌କୋଭ ଦର୍ଶାଇଛନ୍ତି ଯେ ଆମେରିକା ଅନବରତ ଓ ଉଦ୍ଦେଶ୍ୟମୂଳକ ଭାବେ ୟୁକ୍ରେନ୍‌କୁ ସବୁପ୍ରକାର ସହାୟତା ଦେଉଛି ଯାହାକି ନିଆଁରେ ଘିଅ ଢାଳିବା ଭଳି ମନେହେଉଛି । ଏହାଦ୍ୱାରା ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଲାଗିରହିଥିବା ବିବାଦ ଥମିବା ପରିବର୍ତ୍ତେ ବୃଦ୍ଧି ପାଇବ ।

https://thetopmost.in/tag/jennifer-lopez/

https://thetopmost.in/%e0%ac%95%e0%ac%be%e0%ac%b0%e0%ad%8d-%e0%ac%ad%e0%ac%bf%e0%ac%a4%e0%ac%b0%e0%ad%81-%e0%ac%ac%e0%ac%bf%e0%ac%aa%e0%ad%81%e0%ac%b3-%e0%ac%aa%e0%ac%b0%e0%ac%bf%e0%ac%ae%e0%ac%be%e0%ac%a3%e0%ac%b0/

https://thetopmost.in/scientists-invent-liquid-solar/