Yy

ମଙ୍କିପକ୍ସ ପାଇଁ କେନ୍ଦ୍ରର ଗାଇଡଲାଇନ ଜାରି

  1. ସ୍ୱାସ୍ଥ୍ୟକର୍ମୀଙ୍କୁ ରୋଗରୁ ଦୂରେଇ ରହିବାକୁ ପରାମର୍ଶ
    () କେନ୍ଦ୍ର ସରକାର ମକିପକ୍ସ ସହ ଲଢେଇ ପାଇଁ ଜାରି କରିଛନ୍ତି ଗାଇଡଲାଇନ । କୌଣସି ସନ୍ଦିଗ୍ଧ ଆସିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରୋଗ ମଣିଷ ପାଖରୁ ମଣିଷକୁ ସଂକ୍ରମିତ ହେଉଥିବାରୁ ଗୋଟିଏ ମାମଲାକୁ ମଧ୍ୟ ଗୁରୁତର ସହ ନେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଆସିବାର ସମ୍ଭାବନା ରହିଥିବାରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ବି ମଙ୍କିପକ୍ସରେ ସଂକ୍ରମିତ ହେଉଛନ୍ତି ତେବେ ତୁରନ୍ତ ସଙ୍ଗରୋଧରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ରୋଗରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।
SHARE BY