The Topmost

“The eyes believe themselves, the ears believe other people.”

ମାର୍ଗଶିର ମାସ ମାଣବସା ଗୁରୁବାର ଓ ଏହାର ପୂଜା ବିଧି

କୁହାଯାଏ ବାରମାସ ମଧ୍ୟରେ ମାର୍ଗଶିର ଶ୍ରେଷ୍ଠ। ମୃଗଶିରା ନକ୍ଷତ୍ରନୁସାରେ ଏହା ନାମିତ ହୋଇଛି। ଏହି ମାସରେ ପ୍ରଥମାଷ୍ଟମୀ,ଓଢଣ ଷଷ୍ଠୀ, କାଞ୍ଜି ଅଅଁଳା ନବମୀ, ଏବଂ ମାଣବସା ଗୁରୁବାର ଓଷା ପଡେ।ମାଣବସା ଗୁରୁବାର ସାଧାରଣତଃ ମାର୍ଗଶୀର ମାସ ଶେଷ ଗୁରୁବାର ଅର୍ଥାତ୍ ପୂର୍ଣ୍ଣିମୀ ପୂର୍ବ ଗୁରୁବାରକୁ ବୁଝାଏ ” ବୁଧବାର ଦିନ ରାତିରୁ ଗୃହିଣୀ ମାନେ ଅରୁଆ  ଚାଉଳରେ ପିଠୋଉ କରି‌ ଚିତା ପକାନ୍ତି ।ଏ ଚିତ୍ତା ଲକ୍ଷ୍ମୀ ଠାକୁରାଣୀଙ୍କ ପାଦ ଚିହ୍ନ ଘରଦ୍ଵାର,ବାରଣ୍ଡ,ଅଗଣା ଏବଂ ବାରିରେ ମଧ୍ୟ ଗୋବରରେ ଲିପି ପୋଛି ଚିତା ପକାଇଥାନ୍ତି। ଏହି ସମୟରେ ଧାନ କଟାଯାଇ କଳେଇ ଖଳାକୁ ଅଣାଯାଏ ଏହାକୁ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ବୋଲି ସ୍ବାଗତ କରି ଦାଣ୍ଡରେ ପୂଜା କରାଯାଏ।

ଗୁରୁବାର ସକାଳୁ ବେତ ଟୋକେଇରେ ଶୁକ୍ଳଧାନ ପୂର୍ଣ୍ଣ କରାଯାଏ ଶୁକ୍ଳ ଧାନର ବେଣ୍ଟିକୁ ବେଣା ଦ୍ଵାରା ମଣ୍ଡିତ କରି ଖଟୁଲିରେ ରଖେ ଓଡ଼ିଆ ଗୃହିଣୀ। ଛିଟ କନା ଦ୍ଵାରା ବୋହୂ ରୂପରେ ଘୋଡେ଼ଇ ଦିଆଯାଏ। ଏକ ସୁନାର ଅଳଙ୍କାରକୁ ଲକ୍ଷ୍ମୀ ମନେକରି ଖଟୁଲିରେ ବସ୍ତ୍ର ପିନ୍ଧାଇ ରଖାଯାଏ। ଫଳଭରା ଅଁଳା, ମୂଳାଗଛ, ଆଖୁଖଣ୍ଡ ଶୋରିଷ ଫୁଲ ଓ ଗେଣ୍ଡ ଫୁଲ ଦେଇ ମାଣକୁ ସଜାଯାଏ। ସିନ୍ଦୂର, କଜ୍ଜଳ ଲଗାଇ ବନ୍ଦାପନା କରାଯାଏ। ଛେନା ମଣ୍ଡାପିଠା, କାକରା,ବିରିବରା, ଖିରି ଓ ଚକୁଳି ପିଠା ଦେଇ ଭୋଗ ଲଗାଯାଏ । ଏହା ପରେ ଘରର ପ୍ରତ୍ୟେକ ସଦସ୍ୟ ଲକ୍ଷ୍ମୀଙ୍କୁ ମୁଣ୍ଡିଆ ମାରି ପ୍ରସାଦ ସେବନ କରନ୍ତି। ଏହି ଭୋଗ ପଡୋଶୀ ତଥା ବିବାହିତ ଝିଅମାନେ ଖାଆନ୍ତି ନାହିଁ।

ଏହି ଭୋଗକୁ ଲାଗି କୁହାଯାଏ। ଏହି ପୂଜାରେ ବଳରାମ ଦାସ ରଚିତ ଲକ୍ଷ୍ମୀ ପୁରାଣ ପଢାଯାଏ। ସଂନ୍ଧ୍ୟାରେ ଧୂପ ଦୀପ ଦିଆଯାଏ ଏବଂ ମାଣଧାନକୁ ତୋଳି ମାଣବଣାରେ ରଖାଯାଏ,  ମାଣଖଟୁଲି ଓ ଛିଟ କନାକୁ ଏକତ୍ର ରଖାଯାଏ, କେତେକ ସେହିଦିନ ବସାଇ ଉଜାଇ ଦିଅନ୍ତି ତ କେହିକେହି ମାଘମାସ ଶେଷ ଗୁରୁବାର ଦିନ ଉଜାଇ ଥାନ୍ତି। ଓଡ଼ିଶାରେ ଲକ୍ଷ୍ମୀ ପୂଜା ଏକ କୃଷି ସମ୍ପର୍କିତ ପୂଜା ତେଣୁ ଧାନ ଅମଳ ହେଲେ ପ୍ରଥମେ ମାଣଧାନକୁ ପୂଜା କରାଯାଏ ‌।।

https://thetopmost.in/spider-in-mars-rumor-or-fact/

https://thetopmost.in/mahadev-can-save-you-from-shanidebs-bad-eye/

https://thetopmost.in/full-article-on-indias-summer-summery/