ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି

ଆମେ ଜାଣୁ ଯେ ମନ ସୁସ୍ଥ ରହିଲେ ହିଁ ଶରୀର ସୁସ୍ଥ ହୋଇ ରହିଥାଏ | ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହାକୁ ଜଣେ ବ୍ୟକ୍ତି ଯତ୍ନ ନେବା ଉଚିତ୍ | ତିନୋଟି ମୁଖ୍ୟ ଉପାଦାନ ଦ୍ୱାରା ଏକ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷଣାବେକ୍ଷଣ କରାଯାଇପାରିବ ଏବଂ ସେଗୁଡ଼ିକ ହେଉଛି ଖାଦ୍ୟ, ନିଦ୍ରା ଏବଂ ବ୍ୟାୟାମ | ବର୍ତ୍ତମାନ ଆମେ ଦିନକୁ ଦିନ ଜୀବନରେ ବହୁତ ବ୍ୟସ୍ତ ରହୁଛେ ଓ ଏହି ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସମୟରେ ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲିଯାଉଛେ | ଖାଦ୍ୟ ଓ ନିଦ୍ରା ସହ ଦୈନନ୍ଦିନ ବ୍ୟାୟାମ ଆମକୁ ସୁସ୍ଥ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ | ବ୍ୟାୟାମ କେବଳ ଆମର ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇନଥାଏ ବରଂ ମାନସିକ ସୁସ୍ଥତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ | ଏହି କୋଭିଡ୍ -୧୯ ମହାମାରୀ ସମୟରେ, ଘରୁ ଅଫିସ୍ କାର୍ଯ୍ୟ କରିବା ଦ୍ୱାରା କାନ୍ଧ, ବେକ ଏବଂ ପିଠିରେ ଯନ୍ତ୍ରଣା ହେଉଛି ଏବଂ ଏହା ଦିନକୁ ଦିନ ବୃଦ୍ଧି ପାଉଛି |

ବସିବାର ସ୍ଥିତି ଯୋଗୁଁ ମୁଖ୍ୟତଃ ଯନ୍ତ୍ରଣା ହୁଏ |ଭୁଲ୍ ଢଙ୍ଗରେ ବସିବା ଯୋଗୁଁ ମାଂସପେଶୀ ଉପରେ ଚାପ ପଡିଥାଏ | ମାଂସପେଶୀ ଉପରେ ଦୀର୍ଘ ସମୟ ଧରି ଚାପ ପଡିବା ଦ୍ୱାରା ମାଂସପେଶୀକୁ ଦୁର୍ବଳ କରିଥାଏ | ମାଂସପେଶୀ-ସ୍କେଲେଟାଲ୍ ସିଷ୍ଟମରେ ବିଭିନ୍ନ ପ୍ରଦାହଜନକ ପରିବର୍ତ୍ତନ ହୁଏ | ଏହି ଅବସ୍ଥାରେ ରୋଗୀମାନେ ମଧ୍ୟମରୁ ପ୍ରବଳ ଯନ୍ତ୍ରଣା ଅନୁଭବ କରନ୍ତି | ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଷ୍ଟ୍ରେଚ୍, ଶରୀରର ସନ୍ତୁଳନ ଏବଂ ଫିଟନେସ୍ ବ୍ୟାୟାମ ଦ୍ୱାରା ଘରେ ଚିକିତ୍ସା କରାଯାଇପାରିବ |

ଏସବୁ ପରେ ଯଦି ଯନ୍ତ୍ରଣା ଜାରି ରହେ, ତେବେ ଫିଜିଓଥେରାପିଷ୍ଟଙ୍କ ସହ ପରାମର୍ଶ କରିବା ଉଚିତ୍ | ଯନ୍ତ୍ରଣା ଉପଶମ କରିବାରେ ଫିଜିଓଥେରାପିଷ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି | ଏହି ଅବସ୍ଥାରେ ଥେରାପିଷ୍ଟର ମୁଖ୍ୟ କାର୍ଯ୍ୟ ହେଉଛି ଉପଯୁକ୍ତ ଥେରାପି ଯୋଗାଇବା, ରୋଗୀଙ୍କୁ ବିଭିନ୍ନ ପୁଷ୍ଟିକର ସପ୍ଲିମେଣ୍ଟ ଏବଂ ଜୀବନଶୈଳୀ ପରିବର୍ତ୍ତନ ପାଇଁ ପୁନରୁଦ୍ଧାର ଦିଗରେ ମାର୍ଗଦର୍ଶନ କରିବା | ଫିଜିଓଥେରାପିଷ୍ଟ କେବଳ ଯନ୍ତ୍ରଣା ଉପଶମ କରାଇବାରେ ପରାମର୍ଶ ଦେଇନଥାନ୍ତି ବରଂ ପକ୍ଷାଘାତ, ପାର୍କିନ୍ସନ୍ ରୋଗ, ଲିଗାମେଣ୍ଟସରେ ଆଘାତକୁ ଉପଶମ କରାଇବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

SHARE BY