ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର ଜାରି ରଖିଛି। ପାକିସ୍ତାନୀଙ୍କ ପାଇଁ ଭାରତ ଜାରି କରିଥିବା ସମସ୍ତ ବୈଧ ଭିସାକୁ ରଦ୍ଦ କରାଯାଇଛି ବୋଲି ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। କେବଳ ମେଡିକାଲ ଭିସା ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଛି। ବର୍ତ୍ତମାନ ଭାରତରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡିବାକୁ ପଡ଼ିବ। ଅନ୍ୟପକ୍ଷରେ ଭାରତୀୟ ନାଗରିକମାନଙ୍କୁ ମଧ୍ୟ ପାକିସ୍ତାନ ଯାତ୍ରାରୁ ଦୂରେଇ ରହିବାକୁ କଡ଼ା ପରାମର୍ଶ ଦିଆଯାଇଛି ବୋଲି ସରକାର କହିଛନ୍ତି। ଯେଉଁ ଭାରତୀୟ ନାଗରିକମାନେ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି ସେମାନଙ୍କୁ ଯଥାଶୀଘ୍ର ଭାରତ ଫେରିବାକୁ କୁହାଯାଇଛି।
ଆଜି ପହଲଗାମ ଆକ୍ରମଣ ସମ୍ପର୍କରେ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ବିଦେଶ ମନ୍ତ୍ରାଳୟ ପକ୍ଷରୁ ବିସ୍ତୃତ ଭାବେ ଅବଗତ କରାଯାଇଛି। ଆମେରିକା, ବ୍ରିଟେନ, ୟୁରୋପୀୟ ସଂଘ, ଇଟାଲୀ, କତର, ଜାପାନ, ଚୀନ୍, ରୁଷ୍, ଜର୍ମାନୀ, ଫ୍ରାନ୍ସ ଏବଂ ଅନ୍ୟ ରାଷ୍ଟ୍ରଦୂତଙ୍କୁ ସାଉଥ ବ୍ଲକ୍ ସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାର୍ଯ୍ୟାଳୟକୁ ଡକାଯାଇ ଆକ୍ରମଣ ଓ ପାକିସ୍ତାନର ସଂପୃକ୍ତି ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଥିଲା। ପାକିସ୍ତାନ ପ୍ରାୟୋଜିତ ଏହି ଆତଙ୍କୀ ଆକ୍ରମଣରେ ହିନ୍ଦୁ ପର୍ଯ୍ୟଟକମାନଙ୍କୁ କିଭଳି ଟାର୍ଗେଟ୍ କରାଯାଇଥିଲା ସେ ସଂପର୍କରେ ରାଷ୍ଟ୍ରଦୂତମାନଙ୍କୁ ବୈଦେଶିକ ମନ୍ତ୍ରାଳୟ ଅଧିକାରୀମାନେ ଅବଗତ କରାଇବା ସହ ଭାରତର ବିଭିନ୍ନ କୂଟନୈତିକ ପଦକ୍ଷେପ ସଂପର୍କରେ ମଧ୍ୟ ଜଣାଇଥିଲେ। ସମସ୍ତ ରାଷ୍ଟ୍ର ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ କରିଥିବା ଜଣାପଡ଼ିଛି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ
ପହଲଗାମ ଗୁମର ଖୋଲି ଭୁଲ ମାଗିଲେ ସରକାର