ବୟସ ୧୦ ବର୍ଷ ଅତିକ୍ରମ କରିଥିବା ପିଲାମାନେ ସ୍ବାଧୀନ ଭାବେ ନିଜର ସଞ୍ଚୟ ଓ ମିଆଦୀ ବ୍ୟାଙ୍କ ଖାତା ଖୋଲିପାରିବେ ଓ ତାହାକୁ ପରିଚାଳନା କରିପାରିବେ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛନ୍ତି। ତେବେ ବ୍ୟାଙ୍କ ଖାତା ଖୋଲୁଥିବା ପିଲାମାନେ ପ୍ରାପ୍ତବୟସ୍କ ହେବା ପରେ ସେମାନଙ୍କ ଦସ୍ତଖତ ଆଦି ସଂଗ୍ରହ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।
ବ୍ୟାଙ୍କଗୁଡ଼ିକ ନିଜ ନିଜର ରିସ୍କ ପରିଚାଳନା ନୀତି ଅନୁସାରେ ଅଣପ୍ରାପ୍ତବୟସ୍କ ଗ୍ରାହକମାନଙ୍କୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଏଟିଏମ୍, ଡେବିଟ୍ କାର୍ଡ ଓ ଚେକ୍ ବୁକ୍ ସୁବିଧା ଦେଇପାରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି। ୧୦ ବର୍ଷରୁ କମ୍ ବୟସର ପିଲାମାନେ ମଧ୍ୟ ବ୍ୟାଙ୍କରେ ଖାତା ଖୋଲିପାରିବେ। କିନ୍ତୁ ସେମାନେ ନିଜେ ସେହି ଖାତା ଖୋଲିପାରିବେନି। ନିଜ ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କ ଜରିଆରେ ବାଣିଜ୍ୟିକ ଓ କୋଅପରେଟିଭ୍ ବ୍ୟାଙ୍କରେ ଖାତା ଖୋଲିପାରିବେ।
More Stories
ସୁନା ସାଙ୍ଗକୁ ବଢୁଛି ତେଲ ଦର
କମିବାର ନାଁ ନେଉନି, ହୁତୁ ହୁତୁ ହେଇ ବଢୁଛି ସୁନା ଦର
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ