ଆମେରିକୀୟ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଜେନିଫର୍ ଲୋପେଜ୍ଙ୍କ ସୌନ୍ଦର୍ଯ୍ୟ ଏକ ଚର୍ଚ୍ଚାର ବିଷୟ ନିଶ୍ଚୟ। ୫୨ ବର୍ଷ ବୟସରେ ବି ସେ ଯେଉଁଭଳି ଭାବେ ନିଜର ଯତ୍ନ ନେଇଛନ୍ତି ତାଙ୍କ ବୟସ ଲାଗୁଛି ମାତ୍ର ୨୫। ସୁନ୍ଦର ଦିଶିବା ପାଇଁ ଷ୍ଟାର୍ମାନେ ମେକ୍-ଅପ୍ ନେଇଥାନ୍ତି। ମାତ୍ର ଜେନିଫର୍ଙ୍କୁ ଏହାର ଆବଶ୍ୟକତା ପଡ଼େନାହିଁ। କାହିଁକି ନା, ସେ ବିନା ମେକ୍-ଅପ୍ରେ ବି ଯଥେଷ୍ଟ ସୁନ୍ଦରୀ। ଆପଣ ଜାଣିବାକୁ ଚାହୁଁଥିବେ ନା ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କ’ଣ ବୋଲି? ଅଭିନେତ୍ରୀ ଜେନିଫର୍ ଏବେ ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ସହ ନିଜର ସ୍କିନ୍କେୟାର୍ ରୁଟିନ୍ ସେୟାର କରିଛନ୍ତି।
ସେ ଭିଡିଡ଼ରେ କହୁଥିବାର ଅନଜର ଆସିଛନ୍ତି କି ‘ଏବେ ଆପଣ ଦେଖିପାରୁଥିବେ ମୁଁ ଗାଧେଇକି ଆସିିଲି। ମୋ ଚେହେରାରେ କିଛି ବି ମେକ୍-ଅପ୍ ଲାଗିନାହିଁ।’ ତେବେ ଜେନିଫର୍ କହିଛନ୍ତି କି ସେ ଗାଧେଇବା ପରେ ନିଜ ମୁହଁକୁ କ୍ଲିଞ୍ଜର୍ରେ ସଫା କରନ୍ତି। ସନ୍ସ୍କ୍ରିନ୍ ଲୋସନ୍ ସେ କେବେ ବି ଲଗାଇବାକୁ ଭୁଲନ୍ତି ନାହିଁ, ଏହା ସୂର୍ଯ୍ୟକିରଣରୁ ମୁହଁକୁ ସୁରକ୍ଷା ପ୍ରଦାନ କରିଥାଏ।
ଦିନର ଆରମ୍ଭ ଯଦି ସକାରାତ୍ମକ ଭାବନାରୁ ହୁଏ, ତେବେ ମୁହଁରେ ଆପେ ଆପେ ଉଜ୍ଜ୍ବଳତା ଆସିଯାଏ। ତେବେ, ଅଧିକ ମୋବାଇଲ୍ ଦେଖିବା ଦ୍ବାରା ଏହା ଚ୍ବତାର ଉଜ୍ଜ୍ବଳତାକୁ କ୍ଷୁର୍ଣ୍ଣ କରିଥାଏ। ସେଥିପାଇଁ ସେ ବେଶୀ ମୋବାଇଲ୍ ଦେଖନ୍ତି ନାହିଁ ବୋଲି କହିଛନ୍ତି।
ଏହାଛଡ଼ା ପ୍ରଚୁର ପରିମାଣର ପାନୀୟ ଗ୍ରହଣ କରିଥାନ୍ତି ସେ, ଯାହାକି ମୁଖମଣ୍ଡଳର ଉଜ୍ଜ୍ବଳତା ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
More Stories
ଏହି ସମସ୍ୟାକୁ ଦୂର କରେ ଧନିଆ ପତ୍ର
ବିନା ମେସିନରେ ଘରେ କରନ୍ତୁ ମଧୁମେହ ଟେଷ୍ଟ
ଚନ୍ଦ୍ରପୃଷ୍ଠରେ ଉଠିଛି ଗଛ