ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିଥାଏ ଧନିଆ ପତ୍ର । ଏଥିରେ ଥିବା ଔଷଧୀୟ ଗୁଣ ଶରୀରକୁ ରୋଗମୁକ୍ତ ରଖିଥାଏ । ଏଥିରେ ପ୍ରୋଟିନ୍, କାର୍ବୋହାଇଡ଼୍ରେଟ୍, ଫାଇବର, ଆଇରନ୍, ମିନେରାଲସ୍ ଇତ୍ୟାଦି ପୋଷକ ତତ୍ୱ ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ । ଏହାକୁ ଖାଇବା ଦ୍ୱାରା ପାଚନ ଶକ୍ତି ମଧ୍ୟ ବଢ଼ିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ…
୧. ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା ଆସ୍ଥମା ରୋଗ ଦୂର ହୋଇଥାଏ । ଆସ୍ଥମା ରୋଗୀମାନେ ଧନିଆ ପତ୍ର ଏବଂ ମିଶ୍ରିକୁ ଭଲ ଭାବରେ ବାଟି ଗୋଟେ ଚାମଚ ଧନିଆ-ମିଶ୍ରି ବଟାରେ ଚାଉଳ ପାଣି ମିଶାଇ ପିଇବା ଉଚିତ୍।
୨. ଧନିଆ ପତ୍ର ଶରୀରର ଥକାପଣ ଦୂର କରିଥାଏ । ଯଦି ଆପଣଙ୍କୁ ଥକା ଲାଗୁଛି ବା ମୁଣ୍ଡ ବୁଲାଉଛି, ତେବେ ଧନିଆ ଜୁସ୍ ସକାଳେ ଏବଂ ରାତିରେ ପିଅନ୍ତୁ । ଏହି ଜୁସ୍ ତିଆରି କରିବା ପାଇଁ ଧନିଆ ସହ କିଛି ମିଶ୍ରି ଏବଂ ପାଣି ମିଶାନ୍ତୁ ।
୩. ଧନିଆରେ ଭିଟାମିନ ଏର ପରିମାଣ ଅଧିକ ରହିଥାଏ, ଯାହା ଆଖି ପାଇଁ ଖୁବ୍ ଭଲ । ଯେଉଁ ପିଲାମାନଙ୍କୁ କମ ବୟସରୁ ଦେଖିବାରେ ଅସୁବିଧା ହୋଇଥାଏ, ସେମାନଙ୍କୁ ଧନିଆ ଖାଇବା ଅତ୍ୟନ୍ତ ଆବଶ୍ୟକ ।
୪. ପ୍ରତିଦିନ ଧନିଆ ଖାଇବା ଦ୍ୱାରା ପେଟ ଓ ଗ୍ୟାସଜନିତ ସମସ୍ୟା ଦୂର ହୋଇଥାଏ । ଧନିଆକୁ ଲସି ସହ ମିଶାଇ ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ ।
More Stories
ଚେହେରାର ବୟସ ହୋଇଯିବ ଅଧା
ବିନା ମେସିନରେ ଘରେ କରନ୍ତୁ ମଧୁମେହ ଟେଷ୍ଟ
ଚନ୍ଦ୍ରପୃଷ୍ଠରେ ଉଠିଛି ଗଛ